Home Breaking News / ତାଜା ଖବର କୋଭିଡ଼ରେ କାମାକ୍ଷାନଗର ବ୍ଲକ ସୋଗର ପଂଚାୟତ ସରପଞ୍ଚଙ୍କ ପରଲୋକ

କୋଭିଡ଼ରେ କାମାକ୍ଷାନଗର ବ୍ଲକ ସୋଗର ପଂଚାୟତ ସରପଞ୍ଚଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢେ଼ଙ୍କାନାଳ ଜିଲ୍ଲା କମାକ୍ଷାନଗର ବ୍ଲକ ସୋଗର ପଂଚାୟତ ସରପଞ୍ଚ ସିତାରାମ ବେହେରା ଙ୍କର ଗତକାଲି କୋଭିଡି ୧୯ ରେ ପରଲୋକ ହୋଇଯାଇଛି ।ସରପଞ୍ଚ ସୀତାରାମ କରୋନା ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ ହେଲେ ଶେଷରେ ପରଲୋକ ହୋଇଗଲା ।ସେଜଣେ ପରୋପକାରୀ ବ୍ୟକ୍ତି ସାଙ୍ଗକୁ ଦରଦୀ ମଣିଷ ଥିଲେ ।ଆଜି ଏହାକୁ ନେଇ କାମାକ୍ଷାନଗର ବ୍ଲକ ସରପଞ୍ଚ ସଙ୍ଘ ତରଫରୁ ସଭାପତି ଲଳିତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହା ବୈଠକ ।ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ଏଠାରେ ଆଲୋଚନା କରାଯାଇଥିଲା ଯେ କରୋନା ମହାମାରୀ ସମୟରେ ସରପଞ୍ଚ ମାନେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ।ସରକାର ଘୋଷଣା କରିଥିବା କରୋନା ଯୋଦ୍ଧା ସାଙ୍ଗକୁ ୫୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଦାବି ହୋଇଥିଲା ।ଏଠାରେ କାମାକ୍ଷାନଗର ବ୍ଲକରୁ ବିଭିନ୍ନ ପଂଚାୟତର ସରପଞ୍ଚ ଉପସ୍ଥିତ ଥିଲେ ।

related posts

Leave a Comment