Home Breaking News / ତାଜା ଖବର କୋଭିଡ ମୁକାବିଲା ପାଇଁ ଗୁଣୁପୁର ବିଜେପିର ସାମ୍ବାଦିକ ସମ୍ମିଳନୀ

କୋଭିଡ ମୁକାବିଲା ପାଇଁ ଗୁଣୁପୁର ବିଜେପିର ସାମ୍ବାଦିକ ସମ୍ମିଳନୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ)ରାୟଗଡ ଜିଲା ଉପଖଣ୍ଡ ରେ ଆଜି ଗୁଣପୁର ବିଜେପି ଦ୍ୱାରା କୋଭିଡ
ମୁକାବିଲାପାଇଁ ଶ୍ରୀସତ୍ୟ ଲୋଡ଼ଜ ର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା |
ଏଥିରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ୱାଇ.ଗଣପତି କଂଗ୍ରେସ ଅଧକ୍ଷ୍ୟା ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ | ବର୍ତ୍ତମାନ
କୋଭିଡ ମହାମାରୀ ସମୟରେ ଦଳ, ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ କିପରି କୋଭିଡ ର ମୁକାବିଲା କରାଯିବ ତାହାର ଆଲୋଚନା କରାନଯାଇ କଂଗ୍ରେସ ଅଧକ୍ଷ୍ୟା ସୋନିଆ ଗାନ୍ଧୀ ଏବଂ ଅନ୍ୟ କିଛି ରାଜନୈତିକ ଵ୍ୟକ୍ତି ଜନସାଧାରଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତି ସୃଷ୍ଟିକରୁଛନ୍ତି | ଏହା ଏକ ନିନ୍ଦନୀୟ ଘଟଣା | ଗତ ବର୍ଷ ମାନ୍ୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନନେନ୍ଦ୍ର ମୋଦି କୋଭିଡ ପରିଚାଳନାରେ ବିଶ୍ୱରେ ପ୍ରସଂସାର ପତ୍ର ହୋଇଥିଲେ | ବର୍ତମାନ ମଧ୍ୟ ସମସ୍ତେ ଏକ ହୋଇ ସହ ଯୋଗର ହାତ ବଡ଼ାଇଲେ ନିଶ୍ଚୟ କୋଭିଡ଼କୁ ପରାଜୟ କରିପାରିବା |
ବର୍ତମାନ ଗୁଣପୁର ଅଂଚଳରେ ଲୋକେ ପୋକ ମାଛି ପରି ମୁର୍ତ୍ୟୁ ବାରଣ କରୁଛନ୍ତି |
ଏହାର ମୁକାବିଲା ପାଇଁ ଏଠାରେ ଏକ କୋଭିଡ ମେଡିକାଲ ଭେଣ୍ଟିଲେଟର ଓ ଅକ୍ସଇଜେନ ବ୍ୟବସ୍ତା ଥାଇ ବିଜ୍ଞ ଡାକ୍ତରଙ୍କ ସହ ସ୍ଥାପନ କରିବା ପାଇଁ ବାରମ୍ବାର ଜିଲ୍ଲାପାଳ ଓ ମୁଖ୍ୟ ମନ୍ତ୍ରୀଙ୍କୁ ନିବେଦନ କରାଯାଉଅଛି କିନ୍ତୁ ଏହାର ପ୍ରତିକାର
ବର୍ତ୍ତମାନସୁଧା ହୋଇ ପାରିନାହିଁ | ଅତି ଶୀଘ୍ର ଏଠାରେ କୋଭିଡ ହସ୍ପିଟାଲ ସମସ୍ତ ସୁଭିଧା ସହ ଚାଲୁ ହେଲେ ଜନସାଧାରଣ
ବିଶେଷ ଉପକୃତ ହେବେ | ଏହା ସ୍ଥାପନ
କରିବା ପାଇଁ ବିଜେପି ଓ ଗୁଣପୁର ଜନ ସଧାରଣଙ୍କ ଦ୍ୱାରା ଦାବି ଉପସ୍ଥାପନା କରାଯାଉଛି । ଏଥିରେ ସହଯୋଗ କରିଥିଲେ ଗୁଣପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ଜାଗନ୍ନାଥପୁର ମଣ୍ଡଳ
ସଭାପତି ପୃଥୀବିରାଜ ପାଢ଼ୀ, ଅମର କୁମାର ସାହୁ, ଫାଲଗୁନି ଶବର, ଗୋପାଳ
କୃଷ୍ଣ ଦେବପାତ୍ର, ଟିଙ୍କୁ ପଣ୍ଡା, ସତ୍ୟ ନାରାୟଣ ସାହୁ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ।

related posts

Leave a Comment