Home Breaking News / ତାଜା ଖବର ବିଜେପି ନଗର ସଭାପତି ନିର୍ଦ୍ଦେଶ କ୍ରମେ ମାସ୍କ ବଣ୍ଟନ

ବିଜେପି ନଗର ସଭାପତି ନିର୍ଦ୍ଦେଶ କ୍ରମେ ମାସ୍କ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ରାୟଗଡ ଜିଲା ନଗର ଭାଜପା ତରଫରୁ ମହାମାରୀ ର ଦ୍ବିତୀୟ ଲହରୀ କୁ ଦୃଷ୍ଟି ରେ ରଖି
ନଗର ସଭାପତି ଙ୍କ ନିର୍ଦ୍ଦେଶରେ ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାୟଗଡ ନଗର ନେତୃତ୍ୱରେ ପ୍ରାୟ ୨.୫ କିଲୋମିଟର ଏକ ସଚେତନ ଯାତ୍ରା କରା ଯାଇଥିଲା, ଉକ୍ତ ସଚେତନ ଯାତ୍ରା ହୋଟେଲ ଜ୍ୟୋତି ମହଲ ଛକ ଠାରୁ ବାହାରି, ଉପଜିଲ୍ଲପାଳଙ୍କ ବାସ ଭବନ, ପନିପରିବା ବଜାର, କପିଳାସ ଛକ, କପିଳାସ ରାସ୍ତା, ନିଉକଲୋନୀ, ୟୁନିଅନ ବ୍ୟାଙ୍କ୍, ଉମାଶଙ୍କର ସିନେମା ହଲ୍ ଠାରେ ସମାପ୍ତି କରାଯାଇଥିଲା, ଏହି ଯାତ୍ରା ରେ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ, ନଗର ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ରାଜେଶ୍ କୁମାର ପାଣିଗ୍ରାହୀ, ନଗର ସମ୍ପାଦକ ସୁଶାନ୍ତ ମିଶ୍ର, ଏସ୍ ସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଶ୍ରୀ ନାଗା ରାଜୁ, ଯୁବ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଶ୍ରୀ ଜୟରାମ୍ ଭର୍ମା, ଅବିସି ମୋର୍ଚ୍ଚା ଟାଉନ ସଭାପତି ପଟନାନା କ୍ରିଷ୍ଣା ଉପସଭାପତି ଶ୍ରୀ ନୀରୋଜ ପାଢ଼ୀ ଓ କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ ଙ୍କୁ ସଦସ୍ୟ ମାନଙ୍କ ତରଫରୁ ମାସ୍କ ବାଣ୍ଟିବା ସହ ହାତ ସାନିଟାଇଜର୍ କରାଯାଇଥିଲା ଓ ମହାମାରୀକୁ ଡରିବା ନାହିଁ,ସଚେତନ ହେବା, ନିୟମ ମାନିବା, ମାସ୍କ ପିନ୍ଧିବା, ଦୂରତା ରକ୍ଷା କରିବା, ସରକାର ଙ୍କ ନିୟମ ମାନିବା, ଆବଶ୍ୟକ ଥିଲେ ହିଁ ଘରୁ ବାହାରିବା, ନିଜେ ସଚେତନ ହେବା ଓ ଅନ୍ୟ କୁ ସଚେତନ କରାଇବା ସହିତ ଘରେ ରହିବା ସୁସ୍ଥ ରହିବା ବୋଲି କୁହାଯାଇଥିଲା।ଗତ ବର୍ଷ ଭଳି ଚଳିତ ବର୍ଷ ବି ସଚେତନତା ଅଭିଯାନ ଚାଲୁରହିବ ବୋଲି ସଭାପତି ଶ୍ରୀ ଦାସ ବାବୁ କହିଛନ୍ତି।

related posts

Leave a Comment