Home Breaking News / ତାଜା ଖବର ପିଆଜ ବୋଝେଇ ମିନି ଟ୍ରକରୁ ୩୭୫ କିଲୋ ଗଂଜେଇ ଜବତ

ପିଆଜ ବୋଝେଇ ମିନି ଟ୍ରକରୁ ୩୭୫ କିଲୋ ଗଂଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ): ରାୟଗଡ ଜିଲା ବିଷମ କଟକ ବ୍ଲକ ଦୁର୍ଗୀ ଅଂଚଳରୁ ଗତ କାଲି ସନ୍ଧ୍ୟା ସମୟରେ ଏକ ପିଆଜ ବୋଝେଇ ମିନି ଟ୍ରକରୁ ୩୭୫ କିଲୋ ଗଂଜେଇ ଜବତ କରିଛି ବିଷମ କଟକ ପୋଲିସ। ଜିଲାରେ କରନା ରେ ଜନ ଜୀବନ ଅସ୍ତ ବ୍ୟସ୍ତ ରହିଥିବା ବେଳେ ଅନେକ କଟକଣା ଜାରି ରଖିଛି ପୋଲିସ ପ୍ରଶାସନ କିନ୍ତୁ ଅତ୍ୟାବଶ୍ୟକୀୟ ଜିନିଷ ପାଇଁ ପରିବହନ କୋହଳ କରାଯାଇଛି। ଏହି ଆଳରେ ଏଭଳି ଘୃଣିତ କାମ କରୁଥିବା ବେଳେ ବିଷମ କଟକ ପୋଲିସ ଆଖିରେ ଧୂଳି ଦେଇ ଚାଲାଣ କରୁଥିବା ଫିକର ଆଜି ସମସ୍ତଙ୍କ ସାମନାକୁ ଆସିଛି। ପୋଲିସ କହିବାନୁଯାୟୀ ଦୁର୍ଗୀ ନିକତସ୍ତ ଥୁଅପଡି ଜଙ୍ଗଲ ମୁଖ୍ୟ ସଡକ ର ପାଖରେ ଏକ ନାଲି ରଙ୍ଗ ଏଇଚର ମିନିପ୍ରୋ ଟ୍ରକ ଯାହାର ନମ୍ବର 1059 ଇ ଠିଆ ହୋଇଛି। ପୋଲିସ ପାଟ୍ରୋଲିଂ ସମୟରେ ଏହା ଦେଖି ସନ୍ଦେହରେ ଅଟକାଇ ଦେଖିଥିଲେ ସେହି ଗାଡ଼ିରେ ଡ୍ରାଇଭର କିମ୍ବା ଅନ୍ୟ କେହି ଜଣେ ହେଲେବି ନଥିଲେ ତେଣୁ ଯାଞ୍ଚ କଲାବେଳେ ପିଆଜ ବସ୍ତା ସହ ୩୬ ବସ୍ତା ପିଆଜ ଅଖା ସହ ଜରିରେ ଭର୍ତ୍ତି ହେଇଥିବା ଗଂଜେଇ ଦେଖିବାକୁ ପାଇଥିଲେ। ତେଣୁ ବିଷମ କଟକ ପୋଲିସ କେଶ ନମ୍ବର ୫୮/୨୧ ରୁଜୁ କରି ଏହା କେଉଁ ଆଡକୁ ଯାଉଥିଲା ଏହା କିଏ ନେଉଥୁଲା ତଦନ୍ତ ଚାଲିଛି।ଏହାର ଆନୁମାନିକ ମୂଲ୍ୟ1୧୮ଲକ୍ଷ ପଚାଶ ହଜାର ହେବ ବୋଲି ଅନୁମାନ କରାଯାଉଛି।

related posts

Leave a Comment