Home Breaking News / ତାଜା ଖବର ପାଳିତ ହେଉଛି ଇଦ ଉଲ ଫିତର

ପାଳିତ ହେଉଛି ଇଦ ଉଲ ଫିତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): ଇଦ ଉଲ ଫିତର । ରମଜାନ ମାସର ଶେଷ ଦିନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ପାଳନ କରନ୍ତି ଇଦ । ଏଥିପାଇଁ ପଵିତ୍ର ମାସର ମୁସଲମାନ ଲୋକେ ଅସହାୟଙ୍କୁ ରାସନ ବଣ୍ଟନ କରିଛନ୍ତି । ଭୁବନେଶ୍ୱରର ସତ୍ୟନଗର ବସ୍ତି , ଆଚାର୍ଯ୍ୟ ବିହାର ବସ୍ତି ଭଳି ଅନେକ ବସ୍ତିରେ ଅସହାୟଙ୍କୁ ରାସନ ବାଣ୍ଟିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ । ସେହିପରି ସମସ୍ତେ କୋଭିଡ ନିୟମ ପାଳି ଇଦ ଉଲ ଫିତର ପାଳିଛନ୍ତି ରମଜାନ ମାସର ଶେଷ ଦିନରେ ଲକଡାଉନରେ ଅସହାୟମାନଙ୍କ ମହାମାରୀ କରୋନା ଯୋଗୁଁ ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିଛି. ଯାହା ଫଳରେ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ମୁସଲମାନ ଲୋକେ । ରାଜଧାନୀର ବିଭିନ୍ନ ବସ୍ତିରେ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରାଯିବା ସହ କୋଭିଡ଼ ସଚେତନ କରାଯାଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳର ମହା ସଚିବ ତଥା ମୁଖପାତ୍ର ଇପ୍ସିତା ସାହୁ ଯୋଗଦେଇଥିଲେ । ଏହାସହିତ ଯଦୁପୁର ଗାଁରେ ଅସାହାୟ ମୁସଲମାନଙ୍କୁ ରାସନ ବଣ୍ଟନ କରିଛନ୍ତି ସ୍ଥାନୀୟ ଯୁବକ . ସେହିପରି ଝାରପଡାରେ ଥିବା ମସଜିଦକୁ ଚିକ ମିକ ଆଲୁଅରେ ସଜାଯାଇଛି । କୋଭିଡ ମହାମାରୀ ପାଇଁ ଇଦ ଉଲ ଫିତର ପର୍ବକୁ ମୁସଲମାନ ସମ୍ପ୍ରଦାୟର ଲୋକେ ନିୟମ ଅନୁଯାୟୀ ପାଳନ କରିବାକି ନିଷ୍ପତ୍ତି ନିଆଯାଇଛି । ମସଜିଦରେ କୋଭିଡ କଟକଣା ମାନି ପାଞ୍ଚରୁ ଛଅ ଜଣଙ୍କ ମଧ୍ୟରେ ନମାଜ ପାଠ କରିବେ । ଅନ୍ୟମାନେ ଘରେ ରହି ନମାଜ ପାଠ କରିବାକୁ ନିଷ୍ପତ୍ତି ବିଜେଡି ସଂଖ୍ୟଲଘୁ ଉପସଭାପତି ନିଷ୍ପତ୍ତି ନେଇଛନ୍ତି । ରମଜାନର ଶେଷ ଦିନରେ କୋରନା ମୁକ୍ତ ହେଉ ବୋଲି ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ମାନେ ପ୍ରାଥନା କରିଛନ୍ତି ।

related posts

Leave a Comment