Home Breaking News / ତାଜା ଖବର ବ୍ରହ୍ମପୁର ଜେଲରେ ଏଣ୍ଟ୍ରି ମାରିଲା କରୋନା

ବ୍ରହ୍ମପୁର ଜେଲରେ ଏଣ୍ଟ୍ରି ମାରିଲା କରୋନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର: ବ୍ରହ୍ମପୁର ଜେଲରେ ଏଣ୍ଟ୍ରି ମାରିଲା କୋରନା। ଜେଲରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ସେଠାରେ ଜାରିରହିଛି । ତେବେ ବ୍ରହ୍ମପୁର ଜେଲରେ ୯୪୪ ଜଣ ଏଦୀଙ୍କ ମଧ୍ୟରୁ ୮୨କଏଦୀଙ୍କ ସମେତ ୨ କର୍ମଚାରୀଙ୍କ କରୋନା ପରୀକ୍ଷା ଗତକାଲି କରାଯାଇଥିଲା । ଆଜି ସେମାନଙ୍କର ରିପୋର୍ଟ ଆସିଛି । ସେମାନଙ୍କ ମଧ୍ୟରୁ ୪୬ କଏଦୀଙ୍କ ରିପୋର୍ଟ ପଜିଟିଭ ରହିଛି । ଏମାନଙ୍କୁ ଜେଲ ଭିତରେ ନୂତନ ଭାବେ ଖୋଲାଯାଇଥିବା ୧୦୦ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟର ( ଡିସିସିସି ) ରେ ଚିକିତ୍ସା କରାଯାଉଥିବା ଜଣାପଡିଛି । ଜେଲ ମଧ୍ୟରେ ଏତେ ସଂଖ୍ୟାରେ ପଜିଟିଭ ବାହାରିବା ପରେ କର୍ତ୍ତୃପକ୍ଷ ଏବେ ଚିନ୍ତାରେ । ଚିକିତ୍ସା ସମୟରେ ଯଦି କେହି ଗୁରୁତର ହୁଅନ୍ତି ତେବେ ସେମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯିବାର ବ୍ୟବସ୍ଥା ମଧ୍ୟ ହୋଇଥିବା ଜେଲ୍ କହିଛନ୍ତି । ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ବର୍ତ୍ତମାନ ଦାୟିତ୍ବରେ ଥିବା ବେଳେ ଅନ୍ୟଡାକ୍ତର ମଧ୍ୟ ନିୟୋଜିତ ହେବେ ବୋଲି ଜଣାପଡ଼ିଛି । ସେହିପରି ଡିସିସିସିର ଦାୟିତ୍ଵରେ ବ୍ରହ୍ମପୁର ତହସିଲଦାର ସିପକ କୁମାର ପାତ୍ର ରହିଥିବା ସୂଚନା ।
ଆଗାମୀ ଦିନରେ ଜେଲ୍ ଭିତରେ ଯେପରି କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ନ ହୁଏ ସେଥି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜେଲର୍ ସତ୍ୟନାରାୟଣ ବେହେରା ସୂଚନା ଦେଇଛନ୍ତି । ସମସ୍ତ ବନ୍ଦୀ ଜେଲ ଭିତରେ ମାସ୍କ ପିନ୍ଧି ରହୁଥିବା ବେଳେ ଗେଟ୍ ନିକଟରେ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯାଇଛି । ସମସ୍ତ ବନ୍ଦୀଙ୍କୁ କୋଭିଡ଼ ନିୟମ ମାନିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଯଦି କୌଣସି କଏଦୀଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ତାଙ୍କ ପରୀକ୍ଷା କରାଯିବ ବୋଲି ମଧ୍ୟ ଜେଲର୍ କହିଛନ୍ତି ।

related posts

Leave a Comment