Home Breaking News / ତାଜା ଖବର ମୋବାଇଲରେ ହେବ କୋଭିଡ ଟେଷ୍ଟ

ମୋବାଇଲରେ ହେବ କୋଭିଡ ଟେଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ): ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ବୁଲିବ ମୋବାଇଲ୍ ଭେହିକଲ୍ ଗାଡ଼ି ଯାହା ଦ୍ଵାରା କୋଭି ପରୀକ୍ଷା ଆରମ୍ଭ ହେବ । ଲୋକଙ୍କ ଚାହିଦା ଅନୁସାରେ ବ୍ରହ୍ମପୁର ସହରକୁ ମୋବାଇଲ୍ ଗାଡି ଯାଇ କୋଭିଡ୍ ଟେଷ୍ଟି କରିବ ଅର୍ଥାତ୍ ଆଣ୍ଟିଜେନ ଟେଷ୍ଟ କରିବ । ଏହି ସୁବିଧା କେବଳ ଭିନ୍ନକ୍ଷମ, ବିକଳାଙ୍ଗ, ଓବୟସ୍କ ବ୍ୟକ୍ତି ମାନେ ଅର୍ଥାତ୍ କୋଭିଡ ସେଣ୍ଟର କୁ ଆସିବ ପାଇଁ ଯେଉଁ ବ୍ୟକ୍ତି ସକ୍ଷମ ନୁହନ୍ତି ସେମାନଙ୍କ ପାଇଁ ଏହି ସୁବିଧା ସକାଳ ୮ଟା ରୁ ୧୦ ଟା ମଧ୍ୟରେ ଜାରି ହୋଇଥିବା ମୋବାଇଲ ନଂ 943884911 ରେ ନିଜର ନିଜର ନାମ ଠିକଣା ଜଣାଇଲେ ଏହି ଗାଡ଼ି ଉକ୍ତ ଠିକଣା ରେ ପହଁଚି ଲୋକଙ୍କ ଆଣ୍ଟିଜେନ ଟେଷ୍ଟ କରିବ ଏବଂ ଉକ୍ତ ଟେଷ୍ଟ ର ରିପୋର୍ଟ ସାଙ୍ଗେ ସାଙ୍ଗେ ପ୍ରଦାନ କରିବ । ଯାହାର ଲକ୍ଷଣ ଦେଖା ଯିବ ସାଙ୍ଗେ ଚିକିତ୍ସା କରାଯିବ ବୋଲି କହିଛନ୍ତି କମିଶନର ସିଦ୍ଧେଶ୍ୱର ବଳୀରାମ ବନ୍ଦର । ତେବେ ଆଜି ବ୍ରହ୍ମପୁର ମହାନଗର ନିଗମ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ମୋବାଇଲ୍ ଭେହିକଲ୍ ଗାଡ଼ିକୁ ସବୁଜ ପତକା ଉଡାଇ ଶୁଭାରମ୍ଭ କରିଛନ୍ତି । ଏଥିରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦ୍ରର ଉପଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍ ସମେତ ନିଗମ ର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

related posts

Leave a Comment