Home Breaking News / ତାଜା ଖବର ପ୍ରଶାସନ ଓ ଚାଇଲ୍ଡଲାଇନଙ୍କ ମିଳିତ ଉଦ୍ୟମରେ ବାଲ୍ୟ ବିବାହକୁ ବନ୍ଦ କରାଗଲା

ପ୍ରଶାସନ ଓ ଚାଇଲ୍ଡଲାଇନଙ୍କ ମିଳିତ ଉଦ୍ୟମରେ ବାଲ୍ୟ ବିବାହକୁ ବନ୍ଦ କରାଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଚାଇଲ୍ଡଲାଇନ ୧୦୯୮ ସେବା ଯୋଗେ ଏକ ବାଲ୍ୟ ବିବାହ ର ସୂଚନା ବ୍ରହ୍ମପୁର କେନ୍ଦ୍ରକୁ ସୂଚିତ ହୋଇଥିଲା । ଯାହାକୁ ଆଧାରକରି ନିର୍ଦେଶକ ଶ୍ରୀ ସୁଧୀର ସାବତ କେନ୍ଦ୍ରକୁ ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ନିର୍ଦେଶ ଦେଇଥିଲେ । ବାଲ୍ୟ ବିବାହଟି ସନଖେମୁଣ୍ଡି ବ୍ଲକର ପାଟପୁର ଥାନା ଅନ୍ତର୍ଗତ ମାଟିଆବୁରାଇ ଗ୍ରାମର ୧୬ ବର୍ଷୀୟ ଶିଶୁ କନ୍ୟା ସହ ପଦ୍ମତୋଳା ଗ୍ରାମର ଏକ ଯୁବକ ସହ ବିବାହ ତା ୨୧/୦୫/୨୦୨୧ ରିଖରେ ଅନୁଷ୍ଠିତ ହେବାକୁ ଥିଲା । ସୂଚନା ମିଳିବାପରେ ସାନଖେମୁଣ୍ଡି ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଅର୍ଚନା କହଁର, ସ୍ଥାନୀୟ ପରିଦର୍ଶୀକ ଶ୍ରୀମତୀ ଜ୍ୟୋଛ୍ନା ରାଣୀ ପାତ୍ର, ଚାଇଲ୍ଡଲାଇନ ବ୍ରହ୍ମପୁର କେନ୍ଦ୍ରର ଶ୍ରୀ ସାଇ ପ୍ରସାଦ ସାମଲ ଓ କୁମାରୀ ପ୍ରିୟଙ୍କା ବେହେରା, ସ୍ଥାନୀୟ ଅଙ୍ଗନୱାଡି, ଆଶା କର୍ମୀ ଓ ସରପଞ୍ଚ ଦୁଇ ପରିବାରକୁ ନେଇ ଗ୍ରାମରେ ଏକ ବୈଠକ କରିଥିଲେ । ପ୍ରଥମେ ପରିବାର ବାଲ୍ୟ ବିବାହ ରୋକିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ଦଳ ଯେତେବେଳେ ପରିବାରଙ୍କୁ ବାଲ୍ୟ ବିବାହ ନିଷେଧ ଅଧିନିୟମ ଓ ଏହାର ପରିଣାମ ବିଷୟରେ ଅବଗତ କରାଇଥିଲେ, ଦୁଇ ପରିବାର ବାଲ୍ୟ ବିବାହକୁ ସ୍ଥଗିତ କରିବା ପାଇଁ ନିସ୍ପତି ନେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଏକ ସ୍ଵୀକାରୋକ୍ତି ଶିଶୁ କନ୍ୟା ପରିବାର ପ୍ରଦାନ କରିଥିଲେ, ଗଞ୍ଜାମ ଜିଲ୍ଲାରେ ପୁଣି ଏକ ବାଲ୍ୟ ବିବାହ ରୋକିବାରେ ସଫଳତା ମିଳିଥିଲା ା

related posts

Leave a Comment