Home Breaking News / ତାଜା ଖବର ଚିଲିକାରୁ ଘେରୀ ଉଛେଦ କଲା ଜିଲ୍ଲା ପ୍ରଶାସନ

ଚିଲିକାରୁ ଘେରୀ ଉଛେଦ କଲା ଜିଲ୍ଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଚିତ୍ତରଞ୍ଜନ ମହାନ୍ତି):ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ରେ ବେଆଇନ ଚିଙ୍ଗୁଡ଼ି ଘେରୀ କୁ ଉଛେଦ ପାଇଁ ମାନ୍ୟବର ହାଇକୋର୍ଟ ର୍ନିଦେଶ ପରେ ଘେରୀ ଉଛେଦ ପାଇଁ ଆଗେଇଆସିଛି ପୁରୀ ଜିଲ୍ଲା ପ୍ରଶାସନ,ପ୍ରାୟ ୧୦ ହଜାର ହେକ୍ଟର ରୁ ଉର୍ଦ୍ଧ ପରିସିମା ଭିତରେ ଚିଲିକା ଅତୀବାହିତ ହେଇଥିଲେ ମଧ୍ୟ,ତାହା ମଫିଆ ମାନଙ୍କ କବଜାରେ,ଏକର ଏକର ଜମିରେ ଚିଙ୍ଗୁଡ଼ି ଘେରୀ କରି ଚିଲିକା ହ୍ରଦକୁ ସଙ୍କୁଚିତ କରିସାରିଲେଣି, ଚିଲିକା ତାର ସୈନ୍ଦୟ୍ଯ ହରେଇ ବସିଲାଣି,ଚିଲିକା ପର୍ଯ୍ୟଟନ ସ୍ଥଳୀ ଭାବରେ ସାରା ବିଶ୍ୱ ରେ ପରିଚିତ ଥିଲେ ମଧ୍ୟ ଏହା ଆଜି ଶଙ୍କୁଚିତ ଅବସ୍ଥା କୁ ଚାଲି ଆସିଲାଣି, ହାଇକୋର୍ଟ ଙ୍କ ର୍ନିଦେଶ ପରେ ଜିଲ୍ଲା ପ୍ରଶାସନ ର ନିଦ ଭାଙ୍ଗିଛି, Revune Department.ADM,ପ୍ରଭାସ ଚନ୍ଦ୍ର ନାଥ ଶର୍ମା ଙ୍କ ଅଧ୍ୟକ୍ଷତା ରେ ଟାସ୍କଫୋର୍ସ ଗଠନ କରାଯାଇ,ବ୍ରହ୍ମଗିରି ତହସିଲଦାର କାହ୍ନ ଚରଣ ଘଡାଇ ଓ ଆଡିସି ନାଲ ତହସିଲଦାର ହେମନ୍ତ କୁମାର ମହାନ୍ତି ଉପସ୍ଥିତିରେ ଦହିଖିଆ ନିଟରୁ ଘେରୀ ଉଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି,ଏହା ଚାରୀଟି ବିଭାଗରେ ବିଭକ୍ତ କରାଯାଇ ଆଗାମି ୬ଦିନ ପାଇଁ ଉଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଜଣାଇଛନ୍ତି ।

related posts

Leave a Comment