Home Breaking News / ତାଜା ଖବର କୋଭିଡ-୧୯ର ନିୟମ ଉଲ୍ଲଙ୍ଘନ: ଦୋକାନ ହେଲା ସିଲ୍

କୋଭିଡ-୧୯ର ନିୟମ ଉଲ୍ଲଙ୍ଘନ: ଦୋକାନ ହେଲା ସିଲ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସରକାରଙ୍କ କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ କରି ରାଇକିଆ ବ୍ଲକ୍ ରେ ଏକ କିରାଣୀ ଦୋକାନକୁ ସିଲ୍ କରିଛି ପ୍ରଶାସନ।କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବା ପାଇଁ ରାଇକିଆ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ରେ ଏହାର ଖିଲାପ ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁଯାୟୀ ରାଇକିଆ ବ୍ଲକ୍ ଅନ୍ତର୍ଗତ ବେରେଡାକିଆ ପଞ୍ଚାୟତରେ ଥିବା ଏକ କିରାଣୀ ଦୋକାନ ସମ୍ମୁଖରେ କୋଭିଡ ଗାଇଡ୍ ଲାଇନ୍ ଅନୁଯାୟୀ ସାମାଜିକ ଦୂରତାରେ ଗୋଲେଇ, ବାଉଁଶ ବାଡ,ମାସ୍କ ବ୍ୟବହାର, ସାନିଟାଇଜରର ବ୍ୟବସ୍ଥା କରାଯାଇନଥିଲା ଏବଂ ଦୋକାନ ମଧ୍ୟରେ ଲୋକଙ୍କ ଗହଳି ହୋଇଥିଲା। ଏହି ସମୟରେ ପୋଲିସ ପକ୍ଷରୁ ଅଞ୍ଚଳରେ ପୋଟ୍ରୋଲିଙ୍ଗ୍ ବେଳ ନଜରକୁ ଆସିଥିଲା। ଖବର ପାଇ ରାଇକିଆ ଅତିରିକ୍ତ ତହସିଲଦାର ଅକ୍ଷୟ ପାଣି ଟୁଡୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ ଏବଂ ଥାନା ଅଧିକାରୀ ତରୁଣ ତପନ ବେହେରା ପହଞ୍ଚି କୋଭିଡ୍-୧୯ ର ଗାଇଡ୍ ଲାଇନ୍ ନିୟମର ଉଲଘଂନ ଅଭିଯୋଗରେ ଦୋକାନକୁ ୧୫ ଦିନ ପାଇଁ ସିଲ୍ କରାଯାଇଛି।୧୪ ଦିନିଆ ଲକ୍ ଡାଉନ୍ ରେ ସକାଳ ୬ ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବଜାର ଖୋଲା ରହୁଛି। ଆଗାମୀ ଦିନରେ ଏହାର କେହି ଖିଲାପ କଲେ ପୁଣି ଦୋକାନ ସିଲ୍ କରାଯିବା ସହିତ ଜୋରିମାନା ଆଦାୟ କରାଯିବ।କୋଭିଡ୍ ନିୟମକୁ ଲୋକେ କଡାକଡି ପାଳନ କରାଯିବା ସହ ଅଜଥା ବଜାରରେ ନବୁଲିବାକୁ ବାରଣ କରାଯାଇଛି ଏନେଇ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

related posts

Leave a Comment