Home Breaking News / ତାଜା ଖବର ପାଗଳ ବନ୍ଦ କଲା ରାସ୍ତା, ଯାତାୟାତ ଠପ

ପାଗଳ ବନ୍ଦ କଲା ରାସ୍ତା, ଯାତାୟାତ ଠପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୂରଭଞ୍ଜ(ଅବିନାଶ ମହାନ୍ତି): ରାସ୍ତା ବନ୍ଦ, ଯାତାୟାତ ଠପ, ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲା ଚାରିଚକିଆ ଯାନ। ଏ ଭଳି ଏକ ଘଟଣା ଗୁରୁବାର ସକାଳେ ଦେଖିବାକୁ ମିଳିଥିଲା ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବେତନଟୀ ଥାନା ଅନ୍ତର୍ଗତ ବରମାଇଲ ଛକରେ । ୬୧ ନମ୍ବର ରାଜ୍ୟ ରାଜପଥ ର ବାରିପଦା-ଅମରଦା ରୋଡ଼ ବାରମାଇଲ ଛକରେ ଖଟ ପକାଇ ବାଉଁଶ ଓ ଦଉଡି ସାହାଯ୍ୟ ରେ ରାସ୍ତା ଅବରୋଧ କରିଛନ୍ତି ଅର୍ଧ ପାଗଳ / ମାନସିକ ଭାରସାମ୍ୟ ହରାଇ ଥିବା ଘାସିଡିହି ଗ୍ରାମର ସୁରଜ ମୁର୍ମୁ । ତେବେ ରାସ୍ତା କୁ ବନ୍ଦ ରଖିଥିବା ପାଗଳ ଜଣଙ୍କ ନିଜେ ଲଗାଇଥିବା ବ୍ୟାନର ରେ ଲେଖିଛନ୍ତି ମୁଁ ଭଞ୍ଜପୁତ୍ର , ରାମଚନ୍ଦ୍ର ଙ୍କ ପୁତ୍ର ମୋତେ ରନ୍ଧା ଖାଦ୍ୟ ମିଳୁ। ମହାମାରୀ କୋରନା ର ଦ୍ଵିତୀୟ ଲହର ରୋକିବାକୁ ରାଜ୍ୟ ସରକାର ମେ ୫ ତାରିଖ ରୁ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି ଆଉ ସେଇଥି ପାଇଁ ବୋଧ ହୁଏ ପାଗଳ ମାନଙ୍କ ଖାଇବା ରେ ଅସୁବିଧା ସୃଷ୍ଟି ହେଉଛି। ହୋଟେଲ ଓ ଦୋକାନ ବଜାର ବନ୍ଦ ରହୁଥିବା ରୁ ପାଗଳ ମାନେ ଦୁଇ ଓଳି ଖାଇବା କୁ ପାଉ ନ ଥିବା ଅନୁମାନ କରାଯାଉଛି। ତେବେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ ପାଗଳ ଜଣଙ୍କ । ଅଞ୍ଚଳବାସୀ ପାଗଳ କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ହଟି ନ ଥିଲେ। ଏହି ସମୟରେ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା ନିଜ କାର୍ଯ୍ୟ ରେ ଯୋଗ ଦେବାପାଇଁ ତହସିଲ କାର୍ଯ୍ୟାଳୟ କୁ ଆସୁଥିବା ବେଳେ ତାଙ୍କ ଗାଡି ମଧ୍ୟ ଅଟକିରହିଥିଲା। ତହସିଲଦାର ପାଗଳ କୁ ବୁଝାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ଶେଷରେ ଗ୍ରାମବାସୀ ଙ୍କ ସହ ମିଶି ତହସିଲଦାର ଜୋର ଜବରଦସ୍ତ ରାସ୍ତା ରୁ ପାଗଳ କୁ ହଟାଇଥିଲେ ଓ ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

related posts

Leave a Comment