Home Breaking News / ତାଜା ଖବର ପୋଲଶରାରେ ମାନୁନାହାନ୍ତି କୋଭିଡ କଟକଣା

ପୋଲଶରାରେ ମାନୁନାହାନ୍ତି କୋଭିଡ କଟକଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): ଗତ କିଛି ଦିନ ଧରି ବିଭାହ ଯୋଗ ଚାଲି ଥିବା ବେଳେ ରାଜ୍ୟ ସରକାରଙ୍କ କୋଭିଡ କଟକଣା କୁ ଫୁ କରି ଉଡାଇ ଦେଇଛନ୍ତି ଜନତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୋଲସରା ଅଞ୍ଚଳର ବିଭିନ୍ନ ଗ୍ରାମ ଓ ସାହି ମାନଙ୍କରେ । ଗତ କାଲି ପୋଲସରା ପ୍ରଶାସନ ତରଫରୁ ଦୁଇଟି ଭୋଜି ବନ୍ଦ କରାଯିବା ସହ ଅମାନିଆ ଦୋକାନୀ ଓ ଗାଡି ଚାଳକ ଙ୍କ ଠାରୁ ୧୯ ହଜାରରୁ ଅଧିକ ଜରିମାନା ଆଦାୟ କରାଯାଇଛି । ସେହି ପରି ଆଜି ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ତିନୋଟି ଭୋଜି ନିମିନା ର ଦୁଇଟି ଭୋଜି ରାଣୀପଡା ରେ ଚଢ଼ାଉ କରାଯାଇଛି । ଦୁଇ ଜଣ କୁ ଅଟକ ରଖା ଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଲକ ଡାଉନ ଚାଲିଥିବା ବେଳେ ୫୦ ଜଣ କୁ ନେଇ ବିଭାହ ଭୋଜି କୁ ଅନୁମତି ରହିଥିବା ବେଳେ କୌଣସି ଲୋକ ନିର୍ଦେଶକୁ ମାନୁନଥିବା କିମ୍ବା ଅନୁମତି ନ ଆଣି ଅଧିକ ସଂଖ୍ୟକ ଲୋକଙ୍କୁ ନେଇ ଭୋଜି କରିବା ର ବାରମ୍ବାର ଏହି ଅଞ୍ଚଳରେ ଦେଖାଦେଇଛି । ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ଲୋକମାନେ ବିନା ଦ୍ଵିଧା ରେ ଭୋଜି ଆୟୋଜନ କରୁଛନ୍ତି । ଆଜି ପୋଲିସ ପ୍ରଶାସନ ତରଫରୁ ଦୁଇ ଗୋଟି ଭୋଜିରୁ ୯ ହଜାର ଓ ଅମାନିଆ ଗାଡି ଚାଳକ ଙ୍କ ଠାରୁ ୯ ହଜାର ଆର୍ଥିକ ଦଣ୍ଡ ଆଦାୟ କରାଯାଇଛି । ବର୍ତ୍ତମାନ କରୋନା ସଂକ୍ରମଣ ଉଚରେ ରହିଥିବା ବେଳେ ଆଗାମୀ ଦିନରେ ଏହି ଅଞ୍ଚଳରେ କରୋନା ର ରୋଗୀଙ୍କ ସଂକ୍ରମଣ ବଢିବାର ଜଣା ପଡୁଛି।

related posts

Leave a Comment