Home Breaking News / ତାଜା ଖବର କରୋନା କଟକଣା ନମାନି ୨ ହଜାର ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବାହାଘର ଭୋଜି, ଅଚାନକ ପହଞ୍ଚିଗଲା ପୁଲିସ୍‌ ପ୍ରଶାସନ

କରୋନା କଟକଣା ନମାନି ୨ ହଜାର ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବାହାଘର ଭୋଜି, ଅଚାନକ ପହଞ୍ଚିଗଲା ପୁଲିସ୍‌ ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ):କରୋନା କଟକଣାକୁ ଅମାନତ କରି ବାହାଘର ଭୋଜି ଚାଲିଥିଲା । ହଟାତ ଭୋଜି ପାଖରେ ପହଞ୍ଚି ଗଲେ ଖଲିକୋଟ ତହସିଲଦାର ଓ ଖଲିକୋଟ ଥାନା ଅଧିକାରୀ । ବାହାଘର ଭୋଜି କୁ ଚଢାଉ କରି ନଷ୍ଟ କରିଦେଲେ ଭୋଜି ଭାତ ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ । ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ଦୟା ବିଶୋଇ ଙ୍କ ପୁଅ ନୀଳକଣ୍ଠ ବିଶୋଈ ଙ୍କ ଗତ  ୮ତାରିଖ ରେ ବାହାଘର ହୋଇଥିବା ବେଳେ ଆଜି ତାଙ୍କର ପୁରା ଗାଁ ଲୋକଙ୍କୁ ଭୋଜି ଦେବା ପାଇଁ ଆୟୋଜନ କରିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ପ୍ରଶାସନ ଭୋଜି ପାଖରେ ପହଞ୍ଚି ଯାଇଥିଲେ ଖଲ୍ଲିକୋଟ ତହସିଲଦାର ଓ ଖଲ୍ଲିକୋଟ ଥନା ଅଧିକାରୀ ।ପହଞ୍ଚି ଚିକେନ, ଭାତ, ଡାଲି, ପାଏସ,ଖଟା ସମେତ ବିଭିନ୍ନ  ଆଇଟମ  ପାଖାପାଖି ୨୦୦୦ ହଜାର ରୁ ଅଧିକ ଲୋକଙ୍କ ପାଇଁ ରନ୍ଧା ଯାଇଥିବା ସମସ୍ତ ଖାଦ୍ୟ ସାମଗ୍ରୀ କୁ ନଷ୍ଟ କରାଯାଇଥିବା ବେଳେ ୮ହଜାର ୫ଶହ ଟଙ୍କା ଫାଇନ ଆଦାୟ କରାଯାଇଛି । ଯାହାକି ଆଗାମି ଦିନରେ ଗାଁରେ ବଡ କରୋନା ସଂକ୍ରମଣ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। କିନ୍ତୁ ପ୍ରସାଶନର ଭୋଜି ଆୟୋଜନକୁ ରୋକିବା ଯୋଗୁ ବଡ ବିପତି ଟଳିଛି । ଓ ଆଗାମି ଦିନରେ ଏଭଳି କୋଭିଡ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି l କେବଳ ସେତିକି ନୁହେଁ, ସରକାରୀ ଗାଇଡଲାଇନ୍‌ ଉଲ୍ଲଘଂନ ଅଭିଯୋଗରେ  ୮, ୫ଶହ ଟଙ୍କା ଫାଇନ ବି ଆଦାୟ ହୋଇଛି । ତେବେ
କରୋନା କାଳରେ ବହୁ ଅସହାୟ, ଲୋକ ଦୁଇ ମୁଠା ଖାଇବାକୁ ପାଉ ନ ଥିବା ବେଳେ ପ୍ରଶାସନିକ ଅଧିକାରୀ ତଥା ପୁଲିସ୍‌ର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଖାଦ୍ୟ ଦ୍ରବ୍ୟ ନଷ୍ଟ କରିବା ପରିବର୍ତ୍ତେ ଦିନକୁ ୨ ଓଳି ଖାଇବାକୁ ପାଉ ନ ଥିବା ଲୋକଙ୍କୁ ବାଣ୍ଟି ଦେଇଥିଲେ ସେମାନେ ଉପକୃତ ହୋଇଥାନ୍ତେ ବୋଲି ଆଲୋଚନା ହେଉଛି।

related posts

Leave a Comment