Home Breaking News / ତାଜା ଖବର ବିଦେଶୀ ମଦ ଜବତ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୋପାଳପୁର: ଗୋପାଳପୁର ପୁଲିସ ପକ୍ଷରୁ ଗତ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ପେଟ୍ରାଲିଂ ସମୟରେ ନାରାୟଣପୁର ଛକ ଠାରେ ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ବ୍ୟକ୍ତି କୁ ପଚରାଉଚରା ସମୟରେ ତାଠାରୁ ବିଦେଶୀ ମଦ ଜବତ କରାଯାଇଥିଲା। ପୁଲିସ ପକ୍ଷରୁ ଆଜି ଏ କ୍ରମରେ ଛତ୍ରପୁର ଥାନା ଅନ୍ତର୍ଗତ ବାସନପୁଟି ଗ୍ରାମର ଜଗନ୍ନାଥ ସାହୁ(୪୮) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ଅନୁଯାୟୀ ବୁଧବାର ଦିନ ଥାନା ଏସ ଆଇ ମହେନ୍ଦ୍ର ବେହେରା ନାରାୟଣ ପୁର ଛକ ଠାରେ ଜଗନ୍ନାଥଙ୍କ ପଚରାଉଚରା ସମୟରେ ତା ନିକଟରେ ଥିବା ଏକ ଅଖାରୁ ୧୯.୬୮୦ ଲିଟର ର ଦେଶୀ ମଦ ପାଉଚ ସହ ୮.୧୦୦ ଲିଟର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ଏବଂ୬.୫୦୦ ଲିଟର ବିୟର ଜବତ କରିଥିଲେ।ଏହା ନେଇ ଥାନାରେ ୭୮/୨୧ ରେ ଏକ ମାମଲା ରୁଜୁ କରାଯାବା ସହ ଅଭିଯୁକ୍ତ ଜଗନ୍ନାଥ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

related posts

Leave a Comment