Home Breaking News / ତାଜା ଖବର ଲକ ଡାଉନରେ ଛାତ ଉପରେ ବିନା ମାଟିରେ ହେଉଛି ଚାଷ

ଲକ ଡାଉନରେ ଛାତ ଉପରେ ବିନା ମାଟିରେ ହେଉଛି ଚାଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): ଲକ ଡାଉନରେ ଛାତ ଉପରେ ବିନା ମାଟିରେ ହେଉଛି ଚାଷ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟା ସତ୍ୟ । ଭୁବନେଶ୍ୱରର ଜଗନ୍ନାଥ ବିହାରର ପ୍ଲଟ ନମ୍ବର ୩୦୯ରେ ଛାତ ଉପରେ କରିଛନ୍ତି ଏକ ନିଆରା ଚାଷ । ଚାଷ କରିବାକୁ କୃଷି ବିଶେଷଜ୍ଞ ମାଟି ବ୍ୟବହାର କରିନାହାନ୍ତି । ଟମାଟୋ , ଶାଗ , ପନୀପରିବା ଚାଷ କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି ସୁବ୍ରତ ମହାନ୍ତି । ଦେଖନ୍ତୁ ସ୍ୱତନ୍ତ୍ର ରିପୋର୍ଟ । ବିନା ମାଟିରେ ହେଉଛି ଚାଷ । ମାଟି ବିନା ଚାଷ ଅସମ୍ଭବ । ହେଲେ ଆମେ ଆପଣଂକୁ ଏଭଳି ଏକ ଚାଷ ସମ୍ପର୍କରେ ଦେଖାଇବୁ ଯାହା ଶୁଣିକି ଓ ଦେଖିକି ଆଶ୍ଚର୍ୟ୍ଯ ହୋଇଯିବେ। ଭୁବନେଶ୍ୱରର ଜଗନ୍ନାଥ ବିହାର ପ୍ଲଟ ନମ୍ବର ୩୦୯ ରେ ହେଉଛି ଏଭଳି ଏକ ଭିନ୍ନ ଚାଷ । ଉଚ୍ଚ ବେତନ ପାଉଥିବା ସୁବ୍ରତ ମହାନ୍ତି ଚାକିରୀ ଛାଡି ଏବେ ବିନା ମାଟିରେ ଚାଷ କରି ସଫଳ ହୋଇଛନ୍ତି । hydroponics ଚାଷ ପାଇଁ ତାଙ୍କୁ ୪ ବର୍ଷ ଲାଗିଥିଲା । ନିଜର ଛାତ ଉପରେ ଏହି ଚାଷ କରି ପନିପରିବା ଉଗେଛନ୍ତି । ପାଣିରେ ଚାଷ କରିବାକୁ ତାଙ୍କୁ ଦରକାର ପଡିଥିଲା ତିନିଟି ପଦାର୍ଥ । ପାଣିରେ ଏହି ଖଣିଜ ଲବଣ ଜାତୀୟ ଜଳିୟ ଅଂଶକୁ ମିଶାଇ ଚାରାରେ ଦେଇଥାନ୍ତି । ଏଥିପାଇଁ ତାଙ୍କୁ କିଛି ମଡେଲ ପ୍ରସ୍ତୁତ କରିବାକୁ ପଡିଛି । ପାଇପରେ ଗୋଟିଏ ପରେ ଗୋଟିଏ ଚାରାକୁ ଗୁନ୍ଥି ଥାଆନ୍ତି । ଯାହାଦ୍ୱାରା ଏହାର ଚେରରେ ଲାଗି ସମ୍ପର୍ଣ୍ଣ ଭାବେ ଜୀବିତ ରୁହେ । ସେହିପରି ତାଙ୍କର ଏହି ଭିନ୍ନ ଢଂଗର ଚାଷ ପାଇଁ ତାଙ୍କ ପରିବାର ସହଯୋଗ କରନ୍ତି । ନୀତିଦିନ ତାଙ୍କର ଦୁଇ ଝିଅ ମଧ୍ୟ ଏହି ଚାଷରେ ଲାଗିପଡ଼ିଥାନ୍ତି । ବିନା ମାଟିରେ ଚାଷ କରିବା ପାଇଁ ତାଙ୍କୁ ବହୁ ବାଧା ବିଘ୍ନର ସମୂଖ ହେବାକୁ ପଡିଥିଲା । ବହୁଥର ବିଫଳ ପରେ ଶେଷରେ ସେ ସଫଳ ହୋଇଛନ୍ତି । ତାଙ୍କର ଚାଷ କରିବା ପଦତି ପାଇଁ ତାଙ୍କ ପର୍ରିବାର ଗର୍ବିତ ଅନୁଭବ କରିଛନ୍ତି ।

related posts

Leave a Comment