Home Breaking News / ତାଜା ଖବର ବନବିଭାଗ ନିଘା ନାହିଁ: ମରିଲେଣି ଦୁଇ ହାତୀ

ବନବିଭାଗ ନିଘା ନାହିଁ: ମରିଲେଣି ଦୁଇ ହାତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଭୋକରେ ମଲା ହାତୀଛୁଆ ଶିମିଳିପାଳରେ ହାତୀ ମଡ଼କା ଶିମିଳିପାଳ ଜାତୀୟ ଉଦ୍ୟାନ ଅଞ୍ଚଳରେ ୪୦ରୁ ୪୫ ବର୍ଷ ବୟସ୍କ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ଆଉ ୨୪ ଘଣ୍ଟା ନପୁରୁଣୁ ଏକ ମାଈ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି । ଶିମିଳିପାଳର ପୋଡ଼ାଡ଼ିହା ରେଞ୍ଜ ମନଭଙ୍ଗା ବିଟ୍ ଅଧୀନ ଜଙ୍ଗଲ ଭିତରେ ଏହି ହାତୀଛୁଆର ମୃତ୍ୟୁ ହୋଇଥିବା ବନବିଭାଗ ସୂଚନା ଦେଇଛି । ବନବିଭାଗ ଟିମ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହିତ ଏହାକୁ ଦାହ କରିଥିବା ଜଣାପଡ଼ିଛି । ମୃତ ହାତୀଛୁଆର ବୟସ ୪ରୁ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ହାତୀଛୁଆଟି କିଛି ଦିନ ପୂର୍ବେ ମନଭଙ୍ଗା ବିଟ୍ ଅଂଚଳକୁ ଆସିଥିବା ହାତୀପଲରେ ରହିଥିଲା । ହେଲେ ସମସ୍ତ ହାତୀ ଚାଲି ଯାଇଥିବା ବେଳେ ଛୁଆହାତୀଟି ବାଟ ହୁଡ଼ି ଜଙ୍ଗଲରେ ଏକୁଟିଆ ରହିଯାଇଥିଲା । ଦୀର୍ଘ ଦିନ ହେବ ଖାଦ୍ୟ ଅଭାବରୁ ସେ ଅସୁସ୍ଥ ହୋଇ ପଡ଼ିଥିଲା । ଫଳରେ ଏହାର ମୃତ୍ୟୁହୋଇଥିବା ବନବିଭାଗ କହିଛି । ତେବେ ଏତେଦିନ ହେବ ଯଦି ହାତୀ ଛୁଆଟି ଜଙ୍ଗଲରେ ବୁଲୁଥିଲା ତେବେ କୌଣସି ବନକର୍ମଚାରୀଙ୍କ ନଜରରେ ପଡ଼ିଲାନି କେମିତି । ଏସ୍‌ଟିଆର ପକ୍ଷରୁ ଜଙ୍ଗଲରେ ନିୟୋଜିତ କର୍ମଚାରୀ ହୁଅନ୍ତୁ ଅବା ଅନ୍ୟ କୌଣସି ସୂତ୍ରରୁ ଏହି ଗୋଠଛଡ଼ା ହାତୀଛୁଆ ସମ୍ପର୍କରେ ଏଟିଆର କପକ୍ଷ କିଛି ଜାଣି ପାରିଲେନି କେମିତି ସେ ନେଇ ଉଠିଛି ପ୍ରଶ୍ନ ଏହି ଘଟଣା ପୁଣିଥରେ ଏଟିଆର କପକ୍ଷଙ୍କ ଅବହେଳା ଓ ଦାୟିତ୍ବହୀନତାକୁ ସୂଚାଉଛି ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଶିମିଳିପାଳରେ ହାତୀପଲ ଅସୁରକ୍ଷିତ ହୋଇ ପଡ଼ୁଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।

related posts

Leave a Comment