Home Breaking News / ତାଜା ଖବର ଅବକାରୀ ବିଭାଗ ତରଫରୁ ବେଆଇନ ଦେଶୀ ମଦ ସହ ମହୁଲ ଜବତ: 5 ଜଣ ଗିରଫ

ଅବକାରୀ ବିଭାଗ ତରଫରୁ ବେଆଇନ ଦେଶୀ ମଦ ସହ ମହୁଲ ଜବତ: 5 ଜଣ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ବର୍ତ୍ତମାନ କରୋନା ମହାମାରୀ ସମୟରେ ଲକ ଡାଉନ ହୋଇଥିବାରୁ ତାହାର ସୁଯୋଗ ନେଇ ପାଟଣାଗଡ଼ ଅଞ୍ଚଳରେ କିଛି ମଦ ବେପାରୀ ଖୋଲା ଖୋଲି ବିକ୍ରୟ କରୁଥିବା ଅଭିଯୋଗ ହୋଇଛି।ସ୍ଥାନୀୟ ଅବକାରୀ ବିଭାଗର ଆଜି ପେଟ୍ରୋଲିଙ୍ଗ କରୁଥିବା ସମୟରେ ପାଟଣାଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟ ସମଳେଇ ରେଙ୍ଗାଲି ରାସ୍ତାରେ ଧରପଗଡ଼ କରି 90 ଲିଟର ଦେଶୀ ମଦ ସହ ଦୁଇଟି ମୋଟର ସାଇକେଲ ଜବତ କରିଥିବା ଜଣାପଡିଛି। ଅପର ପକ୍ଷରେ ବେଳପଡା ବ୍ଲକ ଅନ୍ତର୍ଗତ ଘ।ଗୁର୍ଲିଗ୍ରାମର କଷ୍ଟ ସାହୁର ଗୋଦାମ ଘରଉପରେ ଚଢ଼ାଉ କରି ବେ ଆଇନ ଭାବେ ରଖିଥିବା 240 କୁଇଣ୍ଟାଲ ମହୁଳଫୁଲକୁ ଜବତ କରାଯାଇଛି।ଏହାକୁ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଉଦେଲାଲ ନାୟକଙ୍କ ନେତୃତ୍ୱରେ ଏକ ଟିମସହପାଟଣାଗଡ଼ ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

related posts

Leave a Comment