Home Breaking News / ତାଜା ଖବର ତହସିଲଦାରଙ୍କୁ ଆକ୍ରମଣ

ତହସିଲଦାରଙ୍କୁ ଆକ୍ରମଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ଭାରତ କୁମାର ନାୟକ): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କିଛି ଅମାନିଆ କଟକଣାକୁ ଫୁ କରି ଦୋକାନ ଖୋଲୁଛନ୍ତି । ଆଜି ସନ୍ଧ୍ୟାରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ କୁମାରପୁର ନୂଆ ପୋଖରୀ ଆଡିର କିଛି ଦୋକାନ ଖୋଲାଥିବାର ସୂଚନା ପାଇ ପହଞ୍ଚି ଥିଲେ । ବନମାଳୀ ସ୍ବାଇଁଙ୍କ ଲୁଗା ଦୋକାନ କାରବାର ଚାଲିଥିବାରୁ ତହସିଲଦାର ଦୋକାନଟିଏ ସିଲ୍ କରିଥିଲେ । ସିଲ୍ କରି ଗାଡି ଆଗରେ ଠିଆ ହୋଇ ଥିବା ବେଳେ ଠେଲା ମାଡ ହୋଇଥିଲା । ଠେଲା ମାଡରେ ଗାଡିର ପଛ କାଚ ଭାଙ୍ଗିଯାଇଛି । ଅଳ୍ପକେ ବର୍ତ୍ତିଲେ ପୋଲିସ କର୍ମଚାରୀ । ହେଲେ କାହାର କିଛି କ୍ଷତି ହୋଇ ନାହିଁ । ତହସିଲଦାର ବାସୁଦେବପୁର ଥାନାର ଲିଖିତ ଏତାଲା ଦେଇଛନ୍ତି ।

related posts

Leave a Comment