Home Breaking News / ତାଜା ଖବର ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ: ୩୩ ଲିଟର ରନ୍ଧା ମଦ ଜବତ

ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ: ୩୩ ଲିଟର ରନ୍ଧା ମଦ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୁନାଗଡ଼(ରବି ଶଙ୍କର ସୁନାନୀ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏକାନଗୁଡା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବରେ ଚଢ଼ାଉ କରି ବେଆଇନ ରନ୍ଧାମଦ ଜବତ କରିଛି।ଏହି ସମୟରେ ସେହି ଗ୍ରାମର ମଦନ ଶବର ଙ୍କ ଠାରୁ ୧୮ ଲିଟର ଓ ଧନମତି ଶବର ଙ୍କ ଠାରୁ ୧୫ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଛି।କଳାହାଣ୍ଡି ଜିଲ୍ଲାପାଳ ଡ଼. ଗାଭାଲି ପରାଗ ହର୍ଷଦ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଡମ୍ବରୁଧର ଝଣ୍ଡା ଙ୍କ ନିର୍ଦ୍ଧେଶ କ୍ରମେ ଏହି ଚଢ଼ଉରେ ଜିଲ୍ଲା ଭ୍ରାମ୍ୟମାଣ ଗୋଷ୍ଠି ଉପନିରୀକ୍ଷକ ଦିଲ୍ଲୀପ ରଥ,ଜୁନାଗଡ଼ ଅବକାରୀ ଉପନିରୀକ୍ଷକ ହୀରବତୀ ଥାଟି,ସହନିରୀକ୍ଷକ ସଚଲା ପାଣି,ଯୋଗେଶ୍ୱର ନାଏକ, ଅଶୋକ କୁମାର ସାହୁ ସଦଳବଳେ ସାମିଲ ଥିଲେ।

related posts

Leave a Comment