Home Breaking News / ତାଜା ଖବର ସଡକ ଦୁର୍ଘଟଣାରେ ଜଣେ ମୃତ: ଜଣେ ଗୁରୁତର

ସଡକ ଦୁର୍ଘଟଣାରେ ଜଣେ ମୃତ: ଜଣେ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): କୋରାପୁଟ ରାଜ୍ୟ ରାଜପଥ ଛତର୍ଲା ନିକଟରେ କାର ଏବଂ ପିକ ଅପ ମୁହାଁମୁହିଁ ଧକ୍କା। ଜଣେ ମୃତ ଆଉ ଜଣେ ଗୁରୁତର।ଦୁର୍ଘଟଣା ଘଟିଥିବା ପିକଅପ ଚାଳକ ଘଟଣା ସ୍ଥଳ ରୁ ଫେରାର।ବୋରିଗୁମ୍ମା ପୋଲିସ ଘଟଣା ସ୍ଥଳରେ ରେ ପହଞ୍ଚି ମୃତ ଶବ ଜବତ କରିଥିବା ବେଳେ ଗୃରୁତର ଙ୍କୁ କୋରାପୁଟ ଜିଲା ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି।ମୃତ ବ୍ୟକ୍ତି ଜଣକ କୋଟପାଡ଼ ଅଞ୍ଚଳ ର ବିଜେଡି କର୍ମୀ ସନ୍ତୋଷ ପଣ୍ଡା ବୋଲି ଜଣାପଡିଛି ତାଙ୍କ ବୟସ ୪୦।ସେ ଆଉ କୋଟପାଡ଼ ର ବିଜେଡି କର୍ମୀ ରଞ୍ଜିତ ପାତ୍ର ଙ୍କ ସହ ଏକ କାର ଯାହାର ନମ୍ବର OD-10F-1144 ଯୋଗେ କୋଟପାଡ଼ ଠାରୁ କୋରାପୁଟ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭେନ OD-10C-0573 ତାଙ୍କୁ ଧକା ଦେଇଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା
।କାର ରେ ଥିବା ଉଭୟ ଙ୍କୁ ବୋରିଗୁମ୍ମା ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ସନ୍ତୋଷ ପଣ୍ଡା ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।ଖବପାଇ ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ ଙ୍କ ସମେତ ପୋଲିସ ମେଡିକାଲ ରେ ପହଞ୍ଚି ତଦନ୍ତ ଜାରି ରଖିଛି।

related posts

Leave a Comment