Home Breaking News / ତାଜା ଖବର ଏଆରପୋର୍ଟ କର୍ମଚାରୀ ନେଲେ ଟୀକା

ଏଆରପୋର୍ଟ କର୍ମଚାରୀ ନେଲେ ଟୀକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏଆରପୋର୍ଟ କର୍ମଚାରୀ ନେଲେ ଟୀକା । ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରେ କର୍ମଚାରୀଙ୍କୁ ଦିଆଗଲା ଟୀକା । ବିମାନ ବନ୍ଦରର ଟର୍ମିନାଲ 1ରେ ଲାଇନରେ ଆସି ଟୀକା ନେଉଛନ୍ତି କର୍ମଚାରୀ । କେବଳ ଏଆରପୋର୍ଟରେ ଚାକିରୀ କରିଥିବା ଏହି କର୍ମଚାରୀ ମାନେ ପୂର୍ବରୁ ସ୍ଲଟ ବୁକ କରିଥିଲେ । ଏହାପରେ ଆଜି ତାଙ୍କୁ ଟୀକା ଦିଆଯାଉଛି । ଏଆରପୋର୍ଟ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସ ଓ ପି ନିୟମ ଅନୁଯାୟୀ ଦିଆଯାଉଛି ଟୀକା । ଟୀକା ନେବାକୁ ଲମ୍ବା ଲାଇନ ଲାଗିଛି । ଜଣଙ୍କ ପରେ ଜଣେ ଆସି ଏହି ଟୀକା ନେଉଛନ୍ତି । ଶାନ୍ତି ଶୃଙ୍ଖଳାରେ କିଭଳି ଟୀକା ଦିଆଯିବ ସେଥିପାଇଁ ବିମାନ ବନ୍ଦରରେ ସିଆଇଏସଏଫ ଯବାନ ମାନେ ରହି ସ୍ଥିତି ଦେଖୁଛନ୍ତି । ଏଆରପୋର୍ଟ କର୍ମଚାରୀ ମାନଙ୍କ ପାଇଁ ସମୁଦାୟ 350 ଟି ଟୀକା ଦିଆଯିବାକୁ ଥିବାବେଳେ କିନ୍ତୁ ଅଧିକ ଆଉ 30 ଟୀକା ରଖାଯାଇଛି । ବିମାନ ବନ୍ଦରରେ ଅଧିକ ସଂକ୍ରମଣ ଆଶଙ୍କା ରହିଥିବାରୁ ଏଆରପୋର୍ଟ କର୍ମଚାରୀମାନଙ୍କୁ ଏହି ଟୀକା ଦିଆଯାଇଛି । ଏଥିରେ ବିଏମସି ସେଣ୍ଟ୍ରାଲ enforcment ସ୍କୁର୍ଡ ରହି ତଦାରଖ କରୁଛି ।
ଏଆରପୋର୍ଟରେ ଟୀକା ନେବାକୁ ସମସ୍ତେ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି ।

related posts

Leave a Comment