Home Breaking News / ତାଜା ଖବର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଵୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): କୋରାପୁଟ-ବୋରିଗୁମା ଭାୟା ରାଣିଗଡ଼ ଦେଇ ଯାଇଥିବା ରାଜ୍ୟ ଜାତୀୟ ରାଜପଥ ର ପୂଜାରିପୁଟ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍ୱିଫ୍ଟ ଡିଜାଏର କାର ସହ ଏକ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କୋଟପାଡର ସନ୍ତୋଷ ପଣ୍ଡା ।

ବୋରିଗୁମ୍ମାରୁ କୋରାପୁଟ ଅଭିମୁଖେ ଏକ ସ୍ୱିଫ୍ଟ ଡିଜାଏର ଗାଡି ଯାଉଥିବା ବେଳେ ବିପରତ ଦିଗରୁ ଏକ ପିକଅପ ଭ୍ୟାନ ଆସି ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ କୋଟପାଡ଼ର ସନ୍ତୋଷ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଆହତ ହୋଇଛନ୍ତି । କୋଟପାଡ଼ ର ବରିଷ୍ଠ ବିଜେଡି ନେତା ରଞ୍ଜୁ ପାତ୍ର ଗୁରୁତର ଆହତ ହୋଇଛନ୍ତି । । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ପୋଲିସ ତଦନ୍ତ କରୁଛି ।

related posts

Leave a Comment