Home Breaking News / ତାଜା ଖବର କାଳବୈଶାଖୀରେ ଉଡିଲା ଘର

କାଳବୈଶାଖୀରେ ଉଡିଲା ଘର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ): କାଳବୈଶାଖୀ ପ୍ରଭାବରେ ଦୁଇ ଘରର ଛପର ଉଡି ଯାଇ ପରିବାରକୁ ବେସାହାରା କରିଛି। ଗ୍ରୀଷ୍ମ କାଳୀନ ପବନ ଯୋଗୁ ଅନେକ ଘୋର ନଷ୍ଟ ହେଉଛି ଓ ଖାଦ୍ୟ ଶସ୍ୟ ପ୍ରାଣ ହାନି ଘଟୁଛି । ଏହିଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ ଜିଲ୍ଲା କଲ୍ୟାସିଂହପୁର ବ୍ଲୋକ୍ ସୁନାଖଣ୍ଡି ପଞ୍ଚାୟତ ଅଧିନସ୍ତ ରାଇଲିମା ଏହି ଗ୍ରାମରେ। ଏହି ଗ୍ରାମରେ ଲୁପ୍ତପ୍ରାୟ ପ୍ରଜାତିର ଆଦିମ ଅଧିବାସୀ ଡଙ୍ଗରିଆ କନ୍ଧ ମାନେ ବସ ବାସ କରନ୍ତି। ସେହି ପରିବାର ମଧ୍ୟରୁ ଲଦା ହୁଇକା ଓ ବୃଦ୍ଧା ହୁଇକା ଙ୍କ ବାସ ଗୃହ ର ଛପର ସମ୍ପୂର୍ଣ୍ଣ ଭାବେ ଉଡେଇ ଦେଇଛି। ଲଦଙ୍କ କହିବାନୁସରେ ଅପରାହ୍ନ ଡଙ୍ଗର କାମ ସାରି ଆସି ବିଶ୍ରାମ ନେବା ସମୟରେ ହଟାତ୍ ଏକ ବିକଟାଳ ଶବ୍ଦ କରି ଅଣଚାଶ ମୂର୍ତ୍ତି ଧରି ଗାଁରେ ପବନ ପଶୀ ନଡ଼ା ଛପର ଉଡ଼ାଇ ନେଇ ଚାଲିଗଲା । ଏପରିକି ଘରେ ଥିବା ପିଲାମାନେ ବାହାରି ଆସିଲେ ନଚେତ୍ ବଡ ଅଘଟଣ ଘଟି ଯାଆନ୍ତା। ଏନେଇ ସ୍ଥାନୀୟ ସରପଞ୍ଚ ଙ୍କୁ କୁହାଯାଇଥିଲା ସେ ଚାଉଳ ଓ ଅତି ଆବଶ୍ୟକୀୟ ଜିନିଷ ପତ୍ର ଯୋଗାଇ ଦିଆଯିବ ବୋଲି କହିଥିଲେ ଏହି ଅଞ୍ଚଳର ପୁଝରିଗୁଡ଼ା ରାଜସ୍ବ ନୀରିକ୍ଷକ ମିନାକ୍ଷୀ ପାଣିଗ୍ରାହୀ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଛନ୍ତି ସରକାରଙ୍କୁ ରିପୋର୍ଟ ଦେବେ ଓ ଯାହା ସରକାରୀ ଯୋଜନା ଥିବା ତାହା ପ୍ରଦାନ କରାଯିବ ବୋଲି ପଲିଥିନ୍ ପ୍ରଦାନ ପ୍ରଦାନ କରିଛନ୍ତି । ଆଜି ପର୍ଯ୍ୟନ୍ତ ଏହି ଲୋକଙ୍କ ଭାଗ୍ୟକୁ ସରକାରଙ୍କ ଆବାସ ଯୋଜନା ପହଞ୍ଚି ପାରିନି ଆଉ କେବେ ପହଞ୍ଚିବ ତାହା ଦେଖିବାକୁ ବାକି ରହିଲା।

related posts

Leave a Comment