Home Breaking News / ତାଜା ଖବର କନ୍ଧମାଳରେ କାଳ ବୈଶାଖୀର ତାଣ୍ଡବଲୀଳା: ଘର ଉପରେ ପଡ଼ିଲା ବିରାଟ ଆମ୍ବ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କନ୍ଧମାଳରେ କାଳ ବୈଶାଖୀର ତାଣ୍ଡବଲୀଳା: ଘର ଉପରେ ପଡ଼ିଲା ବିରାଟ ଆମ୍ବ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): କଦ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳ ରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ଏବଂ ଝଡ଼ ତୋଫାନ ଫଳରେ ବହୁ ଲୋକଙ୍କ ଚାଳ ଉଡିଜିବା ସହିତ ଅନେକ ଗଛ ଉପୁଡ଼ି ପଡ଼ି ଥିବା ବେଳେ ,କାଳ ବୈଶାଖୀ ତାର ତାଣ୍ଡବଲୀଳା ରଚି ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଦ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଫିରିଙ୍ଗିଆ ସହର ଠାରେ , ମଙ୍ଗଳବାର ଦିନ ୧୦ ବେଳେ ହଠାତ୍ କଳା ହାଣ୍ଡିଆ ମେଘ ସହିତ ଝଡ ତୋଫାନ ହୋଇ ଥିବା ବେଳେ ,ସହରରେ ଥିବା ବିଶାଳ ଆମ୍ବ ଗଛ ଉପୁଡ଼ି ଭାଙ୍ଗି ପଡ଼ିବାରୁ ଗୋଟିଏ ଘର ଉପରେ ପଡିଜାଇଛି। ତେବେ ଉକ୍ତ ଘର ଭିତରେ ଥିବା ପରିବାର ର ତିନି ଜଣ ପ୍ରାଣୀ ନିଶ୍ଚିତ ଭାବରେ ଏକ ବଡ଼ ଅଘଟଣା ରୁ ରକ୍ଷା ପାଇଛନ୍ତି। ସୁଚନା ଅନୁସାରେ ମଙ୍ଗଳବାର ହଠାତ୍ କାଳବୈଶାଖୀ ତାର ତାଣ୍ଡବଲୀଳା ,ରଚି ଝଡ଼ ତୋଫାନ ହୋଇ ଥିବା ବେଳେ ,ସହର ର ମଧ୍ୟ ଭାଗରେ ଥିବା ଏକ ବିରାଟ ଆମ୍ବ ଗଛ ଉପୁଡ଼ି ପଡ଼ି ,ସହର ରେ ଥିବା ବିଶ୍ବଜିତ ସେନାପତି ହୋଟେଲ, ମଧ୍ୟ ସାମାନ୍ୟ କ୍ଷୟକ୍ଷତି ହୋଇଛି। ଏବଂ ଦୀର୍ଘ ଦିନ ଧରି ରହୁଥିବା ମିନି କହଁର ଙ୍କ ଘର ଉପରେ ଗଛଟି ସମ୍ପୁର୍ଣ୍ଣ ପଡିଜାଇଛି । ଏହି ସମୟରେ ପରିବାର ର ମୁଖ୍ୟ ମିନି କହଁର ଙ୍କ ସମେତ ତାଙ୍କ ଝିଅ ଏବଂ ନାତି ଉକ୍ତ ଘର ଭିତରେ ଥିଲେ ।ଗଛ ଭାଙ୍ଗି ପଡ଼ିବା ଫଳରେ ଘରଟି ଭୁଷୁଡି ପଡିବା ବେଳେ ଫସି ରହିଥିବା ତିନି ଜଣ ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ଉଦ୍ଧାର କରାଯାଇଛି ।ଖବର ପାଇ ଫିରିଙ୍ଗିଆ , ଅଗ୍ନି ସମ କର୍ମଚାରୀ ,ଓ ଟିମ୍ ହିୟୁମାନିଟି ସଦସ୍ୟ ସଞ୍ଜୟ ଦିଗାଲ , ଅଜିତ୍ କୁମାର ସାହୁ, ମିଥୁନ କୁମାର, ସମାଜ ସେବୀ ପ୍ରଦୀପ କୁମାର ମହାପାତ୍ର , ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗଛ ଟି କାଢ଼ିବା ବ୍ୟବସ୍ଥା କରାଯାଇଛି ।ଅନ୍ୟ ପଟେ ମିନି କହଁର ଜଣେ ଅଶହାୟ ବିଧବା ମହିଳା ହୋଇଥିବା ବେଳେ ,ଦୀର୍ଘ ୨୦/୩୦ ବର୍ଷ ହେବ ଏଠାରେ ଘର କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ଏଭଳି ପରିସ୍ଥିତି ରେ ସମ୍ପୁର୍ଣ୍ଣ ଭାବେ ଘର ଭାଙ୍ଗି ପଡ଼ିଥିବା ରୁ ପରିବାର ବର୍ତ୍ତମାନ ବାସହରା ହୋଇପଡିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବୁଦ୍ଧି ଜିବି ମହଲରେ ଅଶହାୟ ମହିଳା ଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଫିରିଙ୍ଗିଆ ଆର ଆଇ ବୁଦ୍ଧ ଦେବ ବେହେରା ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ର ଆକଳନ କରି ବା ସହିତ ଯଥା ଶିଘ୍ର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

related posts

Leave a Comment