Home Breaking News / ତାଜା ଖବର ଅଗ୍ନିକାଣ୍ତରେ ଘରପୋଡି ସାଙ୍ଗକୁ କାଳବୈଶାଖୀ ତାଣ୍ତବ ଲୀଳା

ଅଗ୍ନିକାଣ୍ତରେ ଘରପୋଡି ସାଙ୍ଗକୁ କାଳବୈଶାଖୀ ତାଣ୍ତବ ଲୀଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): ଅଗ୍ନିକାଣ୍ଡରେ ଘରପୋଡି ର ପ୍ରକୋପ ସାଙ୍ଗକୁ, କାଳବୈଶାଖୀ ର ତାଣ୍ଡବ ଲିଳା । କିଛି ଘଣ୍ଟା ର ବ୍ୟବଧାନରେ ଏମିତି ଦୁଇ ଦୁଇଟି ଘଟଣାର ତାଣ୍ଡବଲୀଳା ଘଟିଛି , ଗଞ୍ଜାମ ଜିଲ୍ଲା ର ପୋଲସରା ଅଞ୍ଚଳରେ । ନିକଟସ୍ଥ କଳମ୍ବ ଗାଁ ର , ବହୁ ପୁରାତନ ଏକ ପାଠଶାଳା ରେ କୈାଣସି କାରଣରୁ ନିଆଁ ଲାଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ , ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ଗରୀବ ଓ ଅସହାୟ ପିଲା ଏଠାରେ ଘରୋଇ ଭାବେ ପାଠ ପଢୁଥିବା ବେଳେ , ଏଭଳି ଅଗ୍ନିକାଣ୍ଡ ଘଟଣା ଏବେ ଦୁଃଖ ର କାରଣ ପାଲଟିଛି । ସେହିଭଳି ଅଗ୍ନିକାଣ୍ଡ ର କିଛି ସମୟପରେ କାଳବୈଶାଖୀ ଯୋଗୁଁ , ଝଡ-ପବନ ସାଙ୍ଗକୁ , ବଜ୍ରପାତ ଓ ବର୍ଷା , ଜନ-ଜୀବନ କୁ ବହୁମାତ୍ରାରେ ପ୍ରଭାବିତ କରିଥିବା ଦେଖିବାକୁ ମିଳିଥିଲା ।

related posts

Leave a Comment