Home Breaking News / ତାଜା ଖବର ଫ୍ୟାନରେ ଝୁଲୁଛି ଯୁବକଙ୍କ ମୃତ ଦେହ: ନିଶା ପାଇଁ ଏଭଳି କାଣ୍ଡ ଭିଆଇଥିବାର ସମ୍ଭାବନା

ଫ୍ୟାନରେ ଝୁଲୁଛି ଯୁବକଙ୍କ ମୃତ ଦେହ: ନିଶା ପାଇଁ ଏଭଳି କାଣ୍ଡ ଭିଆଇଥିବାର ସମ୍ଭାବନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): କାକଟପୁର ଥାନା ଅଧୀନ କଣ୍ଟାପଡା ଗ୍ରାମରେ ୩୦ ବର୍ଷ ର ଯୁବକ ଫ୍ୟାନ ରେ ଝୁଲି କଲେ ଆତ୍ମହତ୍ୟା । ଯୁବକ ଜଣକ ହେଲେ ଶୈଳେନ୍ଦ୍ର ସେଠି, ପିତା ଅଶୋକ ସେଠି । ଏଭଳି ଏକ ଅଭାବନୀୟ ଘଟଣା ଟି ଗତ କାଲି ଅପରାହ୍ନ ରେ ଘଟିଯାଇଛି ।। ଫ୍ୟାନ ରେ ମୃତ ପୁଅ ଝୁଲୁଥିବାର ଦେଖି ଯୁବକ ଙ୍କ ପିତା ତୁରନ୍ତ କାକଟପୁର ଥାନା କୁ ଜଣାଇ ଥିଲେ ।। କାକଟପୁର ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ମୃତ ଶରୀର ଟି ଫ୍ୟାନ ରେ ଝୁଲୁଥିବା ସମୟ ରେ ଉଦ୍ଧାର କରିଥିଲେ । ନିଶା ପାଇଁ ଏମିତି ଘଟଣା ଘଟିଥିବାର ଅନୁମାନ କରାଯାଉଛି । ଯୁବକ ଜଣକ ଦୁଇ ବର୍ଷ ହେବ ନିଶାଗ୍ରସ୍ତ ହୋଇପଡିଥିଲେ । ଅଧିକ ମାତ୍ରା ରେ ଦିନ କୁ ଦିନ ନିଶା ସେବନ କରି , ମାନସିକ ଭାବେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲେ ।। ବେଳେ ବେଳେ ନିଶା ନମିଳିବାରୁ ମାନସିକ ଭାରସାମ୍ୟ ହରାଇ ଦୁଇ ରୁ ତିନି ଥର ଏହିପରି ଭାବେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି, କିନ୍ତୁ ପ୍ରତ୍ୟକ ଥର ତାଙ୍କ ବାପା ଅଶୋକ ସେଠି ଆତ୍ମହତ୍ୟା ସମୟ ରେ ପହଂଚି ଅଟକାଇ ପୁଅ କୁ ବଂଚାଇ ଦେଇଥାନ୍ତି ।। ଏହିପରି ପୁଅ ର ମାନସିକତା କାଣ୍ଡ ଘଟଣା କୁ ଦେଖି, ପିତା ଅଶୋକ ସେଠି ପୁଅ ଶୈଳେନ୍ଦ୍ର ସେଠି ଙ୍କୁ କୀମ୍ସ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ।। କିମ୍ସ ରେ ୬ମାସ ଚିକିତ୍ସା ହୋଇ ଆସିଲା ପରେ ମଧ୍ୟ, ପୁନଃର୍ବାର ଏପରି ଘଟଣା ଗତକାଲି ଅପରାହ୍ନ ରେ ଘଟେଇଛନ୍ତି ଯୁବକ ଜଣଙ୍କ । କାକଟପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି, ଏକ U.D Case , Number 6 ରୁଜୁ କରି, ତଦନ୍ତ ଜାରି ରଖିଛନ୍ତି ।। ମୃତ ଶରୀର କୁ ଉଦ୍ଧାର କରି , ଚାରିଛକ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ।
ଯୁବକ ଜଣକ ମଧ୍ୟ ତାଙ୍କ ଫେସବୁକ ରେ ଦୁଇ ବର୍ଷ ତଳେ ପୋଷ୍ଟ କରିଥିଲେ “ନିଶା ଠାରୁ ଦୂରେଇ ରୁହନ୍ତୁ, ନିଜ ଜୀବନ କୁ ସୁରକ୍ଷିତ ରଖନ୍ତୁ ” ।।
କିନ୍ତୁ ଆଜି ସେହି ଯୁବକ ଜଣକ ଙ୍କ ଜୀବନ ଯିବା, ନିଶାର କାରଣ ହୋଇଛି । ତେଣୁ ଯୁବକ ମାନଙ୍କୁ ଅନୁରୋଧ କରାଯାଉଛି ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ, ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ।

related posts

Leave a Comment