Home Breaking News / ତାଜା ଖବର ବାଇକ ଚୋରୀର ପର୍ଦ୍ଦାଫାସ କଲା ବିନିକା ପୋଲିସ, ୭ ବାଇକ ଜବତ ସହ ୩ କୋର୍ଟ ଚାଳଣ

ବାଇକ ଚୋରୀର ପର୍ଦ୍ଦାଫାସ କଲା ବିନିକା ପୋଲିସ, ୭ ବାଇକ ଜବତ ସହ ୩ କୋର୍ଟ ଚାଳଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦିନ କୁଦିନ ବାଇକ୍ ଚୋରୀ ତଥା ଅନ୍ୟାନ୍ୟ ବଢିବାରେ ଲାଗିଥିଲା ।ଫଳରେ ଜିଲ୍ଳା ପୁଲିସ ଓ ବିନିକା ପୋଲିସ ପାଇଁ ଚିନ୍ତାର ବିଷୟ ପାଳଟିଥିଲା ।ହେଲେ ବାଇକ୍ ଚୋରକୁ ଧରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢଉ କରିବା ସହ ଛାନ୍‌ଭିନ୍ ଆରମ୍ଭ କରିଥିଲା । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥିଙ୍କ ନିର୍ଦ୍ଦେଶରେ ବିନିକା ଥାନାର ସବ୍ ଇନ୍ସ୍‌ପେକ୍ଟର ସୁ୍‌ର୍ଯ୍ୟ ନାରାୟଣ ସେଠିଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଗଠନ କରି ବିନିକା ସହର ସମେତ ବିଭିନ୍ନ ଜଗା ଉପରେ ଚଢଉ କରିଥିଲେ । କିନ୍ତୁ ଅସଫଳ ହେଉଥିଲା ା ଗତ ୭-୫ ରେ ବିନିକା ଗଉଡ଼ପଡ଼ା ସ୍ଥିତ ବଲଭଦ୍ର ବଡ଼େଇ ଙ୍କ ବାଇକ ଚୋରି ହେବା ନେଇ ବିନିକା ଥାନାରେ ମାମାଲା ୭୩/୨୧ ରେ ଏକ ଚୋରି ମାମଳା ରୁଜୁକରି ଛାନଭିନ ଆରମ୍ଭ କରିଥିଲେ ା ,ବଳଭଦ୍ର ଘର ପାଖରେ ଥିବା ସିସି କେମେରା ଫୁଟେଜ ଦେଖି ବିନିକା ଡ଼େଲିମାରାକେଟ ଆକାଶ ଭୋଇ -୧୯ କୁ ଠାବ କରି ଥିା‌ଲେ ା ପରେ ଆକାଶ ଠାରୁ ସମସ୍ତ ତଥ୍ୟ ସଂଗ୍ରହକରି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଖଲିଆପାଲି ର ବତ୍ତମାନ ବିନିକା ଥାନା ଅଧିନସ୍ତ ବିନିକା ଏନଏସି ୧୨ ୱାଡ଼ ଜଗଦଲପୁର ଅବସ୍ଥାପିତ ଥିବା ଅନି‌ଲ୍ ସେଠି –(୨୪) ଙ୍କୁ ଠାବକରି ତାଙ୍କ ଠାରୁ ଗୋଟିଏ ବାଇକ ଜପତ କରିଥିଲେ ା ଉଭୟେ ବାଇକ ଚୋରି କରିଥିବା ସ୍ବିକାର କରି ପରେ ତଥ୍ର ନେଇ ବଉଦ କଣ୍ଟାମାଳ ଥାନା କେଙ୍କମଲ୍ଲି ଗ୍ରାମର ଗ୍ୟାନରଞ୍ଜନ ନାଏକ କୁ ସମସ୍ତ ବାଇ ଦେଉଁ ବୋଲି ବିନିକା ପୁଲିସ ଆଗରେ ପ୍ରକାଶ କରିଥିଲେ ା କାଲି ବିନିକା ପୁଲିସ ଟିମ ଏସଆଇ ସୂର୍ଯ୍ୟକାନ୍ତ ସେଠୀ, ସଉଜ ପଧାନ, ପରକ୍ଷିତ ନାୟକ, ସଞ୍ଜିବ ପଧାନ , ଗଣେଷ ବାଗ,ହରିବାବୁ ପଧାନ ସୁଧାଂଶୁ ପୂଜାରୀ ପ୍ରମୁଖ କଣ୍ଟା ମାଳ ଯାଇ ସେଠାରେ କଣ୍ଟାମାଲ ପୁଲିସର ସହାୟତାରେ ଗ୍ୟାନରଞ୍ଜନ ନାଏକ କୁ ଗିରଫ କରିବାସହ ୬ ଟି ବାଇ ଜବତ କରି ବିନିକା ଥାନାକୁ ଆଣିଥିଲେ ା ଆଜି ୩ ଜଣଙ୍କୁ ବିନିକା କୋଟକୁ ଫରୁଆଡ଼ କରିଥିଲେ ସେଠାରେ ବେଲ ନାମଞ୍ଜୁର ହେବାରୁ ସୋନପୁର ହାଜତ କୁ ପଠାଇଥିବା ବିନିକା ପୁଲିସ ସୁତ୍ରରୁ ଜଣାପଡ଼ିଛି ା ପୁର୍ବରୁ ଚଳିତ ବର୍ଷ ବିନିକାତାନାରେ ୨୯-୨୧, ୪୧/୨୧, ୫୭/୨୧,୭୩/୨୧ ବାଇ ଚୋରି ମାମଲା ରୁଜୁ ହୋଇଥିଲା , ା
ଏହି ଚଢଉରେ ବିନିକା ପୋଲିସକୁ ସଫଳତା ମିଲିବା ସହ ବାଇକ୍ ଚୋରୀ ଘଟଣାର ପର୍ଦ୍ଦଫାସ୍ କରିଛି ।ଆଜି ୪ ଗୋଟି ହିରୋ ଏଚ୍‌ଏଫ୍ ଡିଲକ୍ସ ବାଇକ ସହ,୨ ଗୋଟି ହିରୋହୋଣ୍ଡା ସିଡି ଡିଲକ୍ସ ଓ ଗୋଟିଏ ବଜାଜ୍ ଡିସ୍କଭର ଆଦି ୭ ଗୋଟି ବାଇକକୁ ଜବତ କରିଛନ୍ତି ା

related posts

Leave a Comment