Home Breaking News / ତାଜା ଖବର ମୋରଡା ଅବକାରୀ ବିଭାଗ ଗାଡିରୁ ଚୋରା ମଦ ବେପାରୀ ଫେରାର ଉଦ୍ୟମ: ଦୁଇ ଗିରଫ

ମୋରଡା ଅବକାରୀ ବିଭାଗ ଗାଡିରୁ ଚୋରା ମଦ ବେପାରୀ ଫେରାର ଉଦ୍ୟମ: ଦୁଇ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୋରଡା-ଲକ୍ ଡାଉନ ରେ ଥମୁନି ଦେଶୀ ବିଦେଶୀ ମଦ । ମୋରଡା ଅବକାରୀ ଅଧିନରେ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ ବେପାରୀ ଙ୍କ ଦୈ।ରାମ୍ୟ । କରୋନା ଦିତୀୟ ଲହରୀ ପାଇଁ ଲକଡାଉନ କିନ୍ତୁ ଚୋରା ଦେଶୀ ବିଦେଶୀ ମଦ ବେପାରୀଙ୍କର ଚାଲିଛି ଜୋରଦାର ବେପାର । ସାଧାରଣ ଲୋକ ଙ୍କ ପାଇଁ ରୋଜଗାର କମିବାର ଡର ପଶିଥିବା ବେଳେ ଚୋରା ମଦ ବେପାରୀ ଙ୍କ ପାଇଁ ଆସିଛି ରୋଜଗାର ବାଟ । ଲକଡାଉନର ସୁଯୋଗ ନେଇ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ଆରମ୍ଭ କରିଛନ୍ତି । ଲକଡାଉନ୍ କାରଣରୁ ସବୁ ଦୋକାନ ବଜାର ବନ୍ଦ ରହିବ । ଏଥିରୁ ମଦ କାଉଣ୍ଟର ମଧ୍ୟ ବାଦ୍‌ ପଡିବନି । କିଛି ଲୋକ ମଦ ପିଇବାକୁ ମଧ୍ୟ ଡହଳ ବିକଳ ହେବେ । ଯାହାର ଫାଇଦା ଉଠାଇବା ପାଇଁ କିଛି ଅସାଧୁ ବେପାରୀ ଚୋରା ଚାଲାଣ କରି ଚଢା ଦରରେ ମଦ ବିକ୍ରି ପାଇଁ ରେଡି । ତେବେ ଆଜି ମୋରଡା ଅବକାରୀ ବିଭାଗ ପକ୍ଷରୁ କୈ।ଣସି ବିଶେଷ ସୂତ୍ରରୁ ଖବର ପାଇଁ ଇଦର ଗ୍ରାମର ମାଳତୀ ସୋରେନ ଘରୁ ୯ ଲିଟର ଚୋରା ବିଦେଶୀ ମଦ ଜବତ କରିବା ସହ ମାଳତୀ ସୋରେନ ଙ୍କୁ ଗିରଫ କରିଛି । ପରେ ଝିଙ୍କିରିଆ ଗ୍ରାମର ଛିତା ସୋରେନ ଙ୍କ ଘରୁ ୨୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ବିଭାଗ ଗିରଫ କରିଛି । ଗିରଫ କରି ଗାଡ଼ିରେ ଆଣୁଥିବା ବେଳେ ବାଟରେ ଛିତା ସୋରେନ ପରିଶ୍ରା ଯିବା କୁ କହି ଗାଡିରୁ ଓହ୍ଲାଇ ଥିଲେ । ସାଙ୍ଗରେ ମହିଳା କର୍ମଚାରୀ ମଧ୍ୟ ଓହ୍ଲାଇ ଥିଲେ । ତେବେ ହଠାତ ଛିତା ସୋରେନ ଦୌଡିବାକୁ ଆରମ୍ଭ କରିଦେଲେ । ମୋରଡା ଅବକାରୀ ବିଭାଗ ର କର୍ମଚାରୀ ମାନେ ଦୌଡାଇ ଧରିବାରେ ସଫଳ ହୋଇଥିଲେ । ତେବେ ଦୁଇଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ମୋରଡା ଅବକାରୀ ଅଧିକାରୀ ଭରତ ମିଶ୍ର ।

related posts

Leave a Comment