Home Breaking News / ତାଜା ଖବର ବୋରିଗୁମ୍ମା ସିଏଚସିରେ ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ଲୋକଙ୍କ ଗହଳି

ବୋରିଗୁମ୍ମା ସିଏଚସିରେ ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ଲୋକଙ୍କ ଗହଳି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ଦୀପକ କୁମାର ମାଝି): ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ ର ଦ୍ଵିତୀୟ ଡୋଜ ନେବା ପାଇଁ ଲୋକଙ୍କ ପ୍ରବଳ ଗହଳି ଦେଖୁବାକୁ ମିଳିଥିଲା। ପ୍ରଥମ କୋଭିଡ ଟୀକା ଡୋଜ ନେବା ର ୨୮ ଦିନ ପରେ ଦ୍ଵିତୀୟ ଡୋଜ ନେବା ପାଇଁ ନିୟମ ରହିଥିଲେ ହେଁ ବହୁ ଲୋକ ପ୍ରଥମ ଡୋଜ ନେବାର ମାସେ ହେଲାଣି ତ କାହାର ଦେଡ ମାସ ହେଲାଣି। ଅନ୍ୟପଟେ ବୋରିଗୁମ୍ମା ସି ଏଚ ସି ରେ ଦୀର୍ଘ ସାତ ଦିନ ହେଲା ଟୀକା ଅଭାବ ରୁ ଟୀକାକରଣ ବନ୍ଦ ହୋଇରହିଥିଲା। ରବିବାର କୋଭିସିଲଡ଼ ଟୀକା ପହଁଚିବା ପରେ ଆଜି ଲୋକମାନେ ଦ୍ଵିତୀୟ ଡୋଜ ନେବା ପାଇଁ ଗହଳି ହୋଇଥିଲା। ମାତ୍ର ୩୦୦ ଟୀକା ଆସିଥିବା ଯୋଗୁଁ ଟୀକାକରଣ ର କିଛି ସମୟ ମଧ୍ୟରେ ଟୀକା ଶେଷ ହୋଇଯାଇଥିଲା। ଯାହା ଫଳରେ ଲୋକେ ଟୀକା ନ ନେଇ ନିରାଶ ହୋଇ ଘରକୁ ଫେରିଛନ୍ତି। ତେବେ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ, ଟୀକା ପହଁଚିଲେ ସମସ୍ତେ ଦ୍ଵିତୀୟ ଡୋଜ ନେଇ ପାରିବେ ବୋଲି ମେଡ଼ିକାଲ ଅଫିସର ଡ଼.ରାଜାରାମ ସ୍ୱାଇଁ ସୂଚନା ଦେଇଛନ୍ତି।ଏଣିକି କୋଭିଡ ଟେଷ୍ଟ ମେଡ଼ିକାଲ ପରିସରରେ କରା ନ ଯାଇ ମେଡ଼ିକାଲ ନିକଟ ଟାଉନ ହଲ ରେ କରାଯିବ ବୋଲି କହିଛନ୍ତି ଡ଼.ସ୍ୱାଇଁ। ବିନା କାରଣରେ ମେଡ଼ିକାଲ କୁ ଆସନ୍ତୁ ନାହିଁ ,ଯଦି ଆସିଲେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଥିଲେ

related posts

Leave a Comment