Home Breaking News / ତାଜା ଖବର ସ୍ତ୍ରୀର ଶବ ପୋଡିବା ପାଇଁ ଜୁଇ କାଠ ଧରି ବୁଲିଲେ ସ୍ବାମୀ ମିଳିଲାନି ଶ୍ମଶାନ: ୬ ଘଣ୍ଟା ପରେ ମହିଳା ସରପଞ୍ଚ କଲେ ସତ୍କାର

ସ୍ତ୍ରୀର ଶବ ପୋଡିବା ପାଇଁ ଜୁଇ କାଠ ଧରି ବୁଲିଲେ ସ୍ବାମୀ ମିଳିଲାନି ଶ୍ମଶାନ: ୬ ଘଣ୍ଟା ପରେ ମହିଳା ସରପଞ୍ଚ କଲେ ସତ୍କାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର(ଅଟଳ ବିହାରୀ ପଣ୍ଡା): କୁତ୍ରାବ୍ଲକ ରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲୁଥିବା ବେଳେ ଆଜି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଘଟି କରୋନା ରେ ଜଣକର ଜୀବନ ଯାଇଛି। ଏଠି ମୃତ୍ୟୁ ଭୟରେ ମଣିଷ ମାନବିକତା ଭୁଲିଯାଇଛି। କରୋନାରେ ମୃତ୍ଯୁ ପରେ ପଡୋଶୀ ଗାଁ ଲୋକ ମଧ୍ଯ ମୃତା ଶବକୁ ଶବ ଦାହ ପାଇଁ ଜମି ଟିକିଏ ପାଇଁ ବାରଣ କରି ଝଗଡା କରିବାକୁ ପଛେଇ ନାହାନ୍ତି । ସ୍ତ୍ରୀର ଶବ ପୋଡିବା ପାଇଁ ଜୁଇ କାଠ ଧରି ସ୍ବାମୀ ସ୍ମସାନ ବୁଲିଲେ ତଥାପି ମିଳିନଥିଲା ସ୍ମସାନ ।ଏତିକି ବେଳେ ୬ ଘଣ୍ଟା ପରେ ମହିଳା ସରପଞ୍ଚ ନିଜ ଜମିରେ ଶବ ଦାହ କରିବା ପାଇଁ ଜାଗା ଦେଇ ମାନବିକତାର ପରିଚୟ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ କୁତ୍ରା ଗ୍ରାମପଞ୍ଚାୟତର ଚୁନିପଡା ନିବାସୀ ହରିଦେଓ ସିଂ ଙ୍କ ସ୍ତ୍ରୀ ତିଲୋତମା ସିଂ (୫୫) ଙ୍କ କରୋନରେ ଶନିବାର ମୃତ୍ଯୁ ଘଟିଛି । ତାଙ୍କ ସ୍ବାମୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ଗତ ସପ୍ତାହେ ହେବ ଜ୍ବରରେ ଆକ୍ରାନ୍ତ ଥିଲେ । ଜ୍ବର ଭଲ ନ ହେବାରୁ ସେ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ କରୋନା ପରୀକ୍ଷା କରିବାରୁ ରିପୋର୍ଟରେ ପଜିଟିଭ ବାହାରି ଥିଲା । ସେଦିନ ସେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୁ ଔଷଧ ନେଇ ଘରକୁ ଚାଲିଆସିଥିଲେ । ତେବେ ଗତକାଲି ତାଙ୍କ ଯନ୍ତ୍ରଣା ବଢିବା ସହ ଅକ୍ସିଜେନ ଲେବୁଲ କମ୍ ହେବାରୁ ସେ ଆମ୍ବୁଲେନସ କୁ ଫୋନ୍ କରି ଥିଲେ । ହେଲେ ଆମ୍ବୁଲେନସ ଠିକ୍ ସମୟରେ ପଞ୍ଚିନଥିବାରୁ ତିଲୋତମା ଅଢେଇ ଘଣ୍ଟା ଧରି ଛଟପଟ ହୋଇ ଅପରାହ୍ନ ୩ ଟା ବେଳକୁ ତାଙ୍କ ପାଖରେ ଆମ୍ବୁଲେନସ ଆସି ପହଞ୍ଚି ଥିଲା ତେବେ ଆମ୍ବୁଲେନସ ଆସିବା ବେଳେ କୁ ବହୁତ ଡେରି ହୋଇ ଯାଇ ଥାଏ ଓ ସେଠାରେ ହିଁ ତାଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା । ଏତିକିରେ ହରିଦେଓ ସିଂ ଙ୍କ ଦୁଃଖ ସରିନଥିଲା । ସ୍ତ୍ରୀ ଚାଲିଗଲା ପରେ ତାଙ୍କୁ ଶବ ଦାହ ପାଇଁ ମଶାଣି ମଧ୍ଯ ମିଳିନଥିଲା । ସ୍ତ୍ରୀର ଶବ ପୋଡିବା ପାଇଁ ଜୁଇ କାଠ ଧରି ସ୍ବାମୀ ସ୍ମସାନ ବୁଲିଥିଲେ ତେବେ ତାଙ୍କୁ ସ୍ମସାନ ମଧ୍ଯ ମିଳିନଥିଲା । ପ୍ରଥମେ ଶବ ଦାହ ପାଇଁ ତାଙ୍କ ସଂପର୍କିୟ କାଠ ଧରି ପହଞ୍ଚି ଥିଲେ ଗମ୍ଭାରଡିହି କୁ ସେଠି ଲୋକେ କରୋନା ବୋଲି ପୋଡିବାକୁ ନ ଦେବାରୁ ବାଧ୍ଯ ହୋଇ କାଠ କୁ ଫେରାଇ ଆଣି ଚୁନିପଡା ନିକଟରେ ଥିବା ସିଆଲଯୋର ନାଲାକୁ ନେଇଥିଲେ କିନ୍ତୁ ସେଠି ବି ସମାନ ଅବସ୍ଥା । ସେଠାରେ ପୂର୍ଣ୍ଣାପାନି ଗ୍ରାମର କିଛି ଗ୍ରାମବାସୀ ପହଞ୍ଚି କାଠ ଓହ୍ଲାଇବା ସମୟରେ ବିରୋଧ କରିବାରୁ ଶବଦାହ ହୋଇ ପାରି ନଥିଲା। ପରେ କୁତ୍ରା ସରପଞ୍ଚ ଲଳିତା ବରୁଆଙ୍କୁ ଖବରଦେବାରୁ ସେ କୁତ୍ରା ଥାନା ଅଧିକାରୀ ଶୁଶାନ୍ତକୁମାରପରିଡା,କୁତ୍ରା ତହସିଲଦାର ରବିନ୍ଦ୍ର କୁମାର ସେଠୀ,ଅତିରିକ୍ତ ତହସିଲଦାର ହାବିଲ ଖାଖା ,ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କୁ ଏସମ୍ପର୍କରେ କହିଥିଲେ । ପରେ ସମସ୍ତେ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ଯ ସେଠାରେ ଶବ ଦାହ ପାଇଁ ଲୋକେ ରାଜି ହୋଇନଥିଲେ । ପରେ ରାତି ୯ ଟାରେ ସରପଞ୍ଚ ନିଜ ଯାଗା ରେ ଶବ ଦାହ ପାଇଁ ବ୍ୟବସ୍ଥା କରିବା ସହ ଅନ୍ତିମ ସଂସ୍କାର ପାଇଁ କାଠ ପଞ୍ଚାୟତ ତରଫରୁ ଯୋଗେଇ ଦେଇ ମାନବିକ ତାର ପରିଚୟ ଦେଇଛନ୍ତି। ତାଙ୍କର ଏଭଳି କାର୍ଯ୍ଯକୁ ସବୁ ମହଲରୁ ପ୍ରଶଂସା କରାଯାଇଛି । କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ତାଙ୍କ ଶବ ଦାହ ପାଇଁ ୪ ଟି ପିପିଇ କିଟ୍ ବ୍ୟବସ୍ଥା କରାଯାଇଥିଲା ।

related posts

Leave a Comment