Home Breaking News / ତାଜା ଖବର ପାଣି ପାଇଁ ଲୋକ ଡହଳବିକଳ: ଗରା ରଖି ଦୁଃଖ ଜଣାଇଲେ ସ୍ଥାନୀୟ ମହିଳା

ପାଣି ପାଇଁ ଲୋକ ଡହଳବିକଳ: ଗରା ରଖି ଦୁଃଖ ଜଣାଇଲେ ସ୍ଥାନୀୟ ମହିଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତର ତାଳଗାଁ ଗ୍ରାମରେ ପାନୀୟ ଜଳ ର ଉତ୍କଟ ସମସ୍ୟା ଦେଖା ଦେଇଛି l ମହିଳା ମାନେ ପିଇବା ପାଣି ପାଇଁ ପ୍ରତିବାଦ ସ୍ୱରୂପ ଗରା ରଖି ଦୁଃଖ ଜଣାଇଛନ୍ତି ।
ଏହି ଗ୍ରାମଟି ଏକ ରାଜସ୍ୱ ଗ୍ରାମ ପ୍ରାୟ୪ ଟି ୱାର୍ଡରେ୧୨୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି।ଗ୍ରାମଟି ସମୁଦ୍ର ତଟବର୍ତ୍ତି ଅଞ୍ଚଳ ହୋଇ ଥିବାରୁ ଏଠାକାର ପାଣି ଲୁଣିଆ।ଏହି ସମସ୍ୟାକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ୪ ବର୍ଷ ପୂର୍ବେ ପ୍ରାୟ୧୫ ଲକ୍ଷ ଟଙ୍କା ବିନିମୟରେ ଏକ ମଧ୍ୟମ ଧରଣର ପାଣି ଟାଙ୍କି ନିର୍ମାଣ କରିଥିଲେ ଯାହାଦ୍ୱାରା ଏଠାରେ ପାଣି ସ୍ଟକ ରହି ଗ୍ରାମବାସୀଙ୍କ କାର୍ଯ୍ୟରେ ନିୟୋଜିତ ହୋଇ ପାରିବ।କିନ୍ତୁ ଏହା ନିର୍ମାଣ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ପାଣି ଟାଙ୍କି ପାଖରେ ପହଞ୍ଚି ପାରିଲା ନାହିଁ।ବର୍ତ୍ତମାନ ସେହି ଟାଙ୍କି ନଷ୍ଟ ହେବାକୁ ବସିଲାଣି।ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବର୍ତ୍ତମାନର ବିଧାୟକ ତଥା ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରାୟ ୬ ଲକ୍ଷ ବିନିମୟରେ ଏକ୧୨୦୦ ଫୁଟ ଗଭୀର ନଳ କୂପ ଖନନ କରlଇଥିଲେ।ପାଣି ଲୁଣା ହୋଇଥିବାରୁ ଏହା ପିଇବା ପାଇଁ ଅନୁପଯୋଗୀ ।ପୂର୍ବରୁ ବ୍ଲକ ପ୍ରଶାସନ ତରଫରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆ ଯାଉଥିଲା l ଜେବେଠାରୁ ଶୋଭା ପାଣି ପ୍ରକଳ୍ପରୁ ସିଧା ଗ୍ରାମକୁ ସଂଯୋଗ କଲେ ପାଣି ଯୋଗାଣ ବନ୍ଦ କରି ଦିଆଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ନିଜସ୍ୱ ପାଣ୍ଠିରୁ ହଜାର ହଜାର ଟଙ୍କା ବିନିମୟରେ ଆମେ ପାଣି ସଂଯୋଗ କଲୁ ସତ ତାହା ଟାଙ୍କି ପାଖକୁ ଆସୁନାହିଁ କିମ୍ବା ଗ୍ରାମବାସୀ ଏହାର ସୁଯୋଗ ପାଇ ପାରୁ ନାହାଁନ୍ତି।ଆମେ ପ୍ରାୟ ଦୁଇ କିମି ଦୂର ବହାକଣ ଗ୍ରାମରୁ ପାଣି ଆଣୁଥିଲୁ l ବର୍ତ୍ତମାନ କୋଭିଡ ସମୟ ହୋଇ ଥିବାରୁ ସଂକ୍ରମଣ ବ୍ୟାପିବା ଭୟରେ କେଉଁ ଗାଁକୁ ଯିବାକୁ ଭୟ ।ଏପଟେ ଗାଧୋଇବା ପାଇଁ ଏକମାତ୍ର ପୋଖରୀ ଦଳ ଭର୍ତି ହୋଇ ରହିଛି ଓ ଗ୍ରୀଷ୍ମଋତୁ ଯୋଗୁ ଜଳସ୍ତର ହ୍ରାସ ପାଇଛି ଫଳରେ ଶତାଧିକ ଲୋକ ଏକତ୍ରିତ ଭାବେ ଏହାର ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ଅଧିକ ହୋଇପାରେ

related posts

Leave a Comment