Home Breaking News / ତାଜା ଖବର ୧୮ ରୁ ୪୪ ବର୍ଷ ଲୋକଙ୍କୁ ଟୀକା ଶୀଘ୍ର ଦିଆଯାଉ ନଗର ଭାଜପା

୧୮ ରୁ ୪୪ ବର୍ଷ ଲୋକଙ୍କୁ ଟୀକା ଶୀଘ୍ର ଦିଆଯାଉ ନଗର ଭାଜପା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ): ଆଜି ରାୟଗଡା ନଗର ଭାଜପା ତରଫରୁ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି.ଏହି ଦାବିପତ୍ର ରେ ଉଲେକ୍ଷ କରାଯାଇଛି ଯଥାଶୀଘ୍ର 18 ରୁ 44 ବର୍ଷ ବୟସ୍କ ମାନଙ୍କୁ ଟିକା ଦେବା ବ୍ୟବସ୍ଥା କରାଯାଉ.ଏହି ଦାବିପତ୍ର ଦେବା ସମୟରେ ଅଜୟ ଚୂଲେଟ, ଏମ୍ ବିଦ୍ୟା ସାଗର,ଜଗଦୀଶ ସୁନାରି,ସୁଶାନ୍ତ ମିଶ୍ର ଏବଂ ରାଜେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ.। ଜିଲ୍ଲାପାଳ ସରୋଜ କୁ ମିଶ୍ର ଯଥା ସମ୍ଭବ ସମସ୍ତଙ୍କୁ ଟୀକା ଯୋଗାଇ ଦିଆଯିବ ଏଥପାଇଁ ସରକାର ଆଗରୁ ଘୋଷଣା କରିଛନ୍ତି ବୋଲି କହିଛନ୍ତି। ଏଥି ଲାଗି ଯାହା ପ୍ରକ୍ରିୟା ରହିଛି ତାର ପ୍ରକ୍ରିୟା ହେଉଛି ଅଠରରୁ ଚୌରଳିଶି ଯୁବକଙ୍କୁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ନିମନ୍ତେ ବ୍ୟବସ୍ଥା ରହିଛି ଯାହାର ଏହି ବୟସ ହେଇଛି ସେମାନେ କ୍ରମନୁସରେ ପାଇବେ। ରାୟଗଡ଼ ନଗର ଭାରତୀୟ ଜନତା ପାର୍ଟିର ଦାବି ଏହୀକି ଯେ ମହାମାରୀ ଦ୍ଵିତୀୟ ଲହରୀ ଅତି ମାରାତ୍ମକ ହେବାକୁ ଲାଗୁଛି ତେଣୁ ଯୁବକ ଯୁବତୀ ମାନେ କର୍ମଜୀବୀ ଅଟନ୍ତି । ସେମାନେ ଅଧିକ ରୋଗାକ୍ରାନ୍ତ ହେବା ର ସମ୍ଭାବନା ରହିଛି ତେଣୁ ତାଙ୍କୁ ଯଥା ଶୀଘ୍ର କୌଣସିି କଟକଣା ନ ରଖି ଟୀକା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଉ ବୋଲି ନଗର ସଭାପତି ଶ୍ରୀ ଦାସ କହିଛନ୍ତି। ପ୍ରକାଶ ଯୋଗ୍ୟ ଏହୀକିଯେ ଏଯାଏ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ପ୍ରଥମ ଓ ଦ୍ବିତୀୟ ଖୋରାକ ଟୀକା ପ୍ରଦାନ କରାଯାଇ ପାରିନି ବର୍ତ୍ତମାନ ସୁଦ୍ଧା ଅନେକ ଏଥିରୁ ପାଇବାରେ ବଞ୍ଚିତ ହେଇଛନ୍ତି। ତେଣୁ କରୋନର ଭୟାବହତା କୁ ଦେଖୀ ସରକାର ତତ୍ପରତା ଦେଖାଉ ନଚେତ ମହା ମାରିରୁ ବର୍ତିବା କଷ୍ଟକର ହେବ।

related posts

Leave a Comment