Home Breaking News / ତାଜା ଖବର କରୋନା କାଳର କରୁଣ ଚିତ୍ର : ୧୪ ଘଣ୍ଟା ପରେ ବି ଅବସର ପ୍ରାପ୍ତ ଶିକ୍ଷକଙ୍କୁ ମିଳିଲାନି କାନ୍ଧ, ଶବ ଘରୁ ନେଇ ଜଙ୍ଗଲରେ ଫିଙ୍ଗିଦେଲେ ଏନ୍ଏସି କର୍ମଚାରୀ

କରୋନା କାଳର କରୁଣ ଚିତ୍ର : ୧୪ ଘଣ୍ଟା ପରେ ବି ଅବସର ପ୍ରାପ୍ତ ଶିକ୍ଷକଙ୍କୁ ମିଳିଲାନି କାନ୍ଧ, ଶବ ଘରୁ ନେଇ ଜଙ୍ଗଲରେ ଫିଙ୍ଗିଦେଲେ ଏନ୍ଏସି କର୍ମଚାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡ଼ାହାଡ଼(ନବ କିଶୋର ସାହୁ): କରୋନା କାଳର କରୁଣ ଦୃଶ୍ୟ ଆସିଛି କାମାକ୍ଷାନଗର ମୁଣ୍ଡିଦେଉଳି ଅଞ୍ଚଳରୁ। ଯାହା ଆପଣଙ୍କ ଛାତି ଥରାଇଦେବ । ରବିବାର ରାତି ପ୍ରାୟ ୧୦ଟାରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମ ସାର୍ ଙ୍କ ପରଲୋକ ଘଟିଲା। ଗତ ସପ୍ତାହେ ହବ ଜରରେ ପୀଡିତ ଥିଲେ । ଘରେ ଔଷଧ ଖାଇ ଚିକିତ୍ସାରେ ଥିଲେ । ଘରେ ବି କେହି ନଥିଲେ ତାଙ୍କ କଥା ବୁଝିବାକୁ । ଜ୍ବର ଭିତରେ ତାଙ୍କର ପରଲୋକ ହେଲା ରବିବାର ରାତିରେ । ହେଲେ କରୋନା ଡରରେ କେହି ଛୁଇଁଲେନି ଶବ । ଘରେ କିଏ ଥିଲା ଯେ ଶବ ଛୁଇଁବ । ବଡ ପୁଅ ଅଧ୍ୟାପକ ଚନ୍ଦନ କୁମାର ସାହୁ ତ କରୋନା ପଜିଟିଭ୍ ପରେ ରାଜଧାନୀରେ ଘରୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଘରେ ବଡ ବୋହୂ ଓ ନାତି ବି ପଜିଟିଭ୍ । ସଂଗରୋଧରେ ଅଛନ୍ତି । ସାନ ବୋହୂ କରୋନା ପଜିଟିଭ୍ ପରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଗତ କାଲି ରାତିରେ ଆଖି ବୁଜି ଦେଲେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମ ଚରଣ ସାହୁ । କରୋନା ଡରରେ କେହି ପାଖ ନମାଡିବାରୁ ଘରେ ସେମିତି ଶବ ପଡି ରହିଲା ୧୪ ଘଂଟାରୁ ଅଧିକ ସମୟ । କାମାକ୍ଷାନଗର ଏନଏସି ପକ୍ଷରୁ ଶେଷରେ ଶ୍ୟାମ ସାର୍‌ଙ୍କ ଶବ ଉଠାଇବା ବ୍ୟବସ୍ଥା କରାଗଲା । ପିପିଇ କିଟ୍ ପିନ୍ଧି ଏନଏସିର କର୍ମଚାରୀ ମରଶରୀରକୁ ଘରୁ ବାହାର କରି ଅନ୍ତିମ ସଂସ୍କାର ପାଇଁ ନେଇଗଲେ । ହେଲେ ସହର ଠାରୁ ଦୂରରେ ଯନ୍ତାରିବୋଲ ଜଙ୍ଗଲରେ ଶବକୁ ଫିଙ୍ଗି ଦେଇ ଆସିଲେ । ସାରା ଅଞ୍ଚଳରେ ଛାତ୍ର ବତ୍ସଳ ଶିକ୍ଷକଙ୍କ ଶବ ପ୍ରତି ଏପରି ବ୍ୟବହାର ଚାପା ଉତେଜନା ସୃଷ୍ଟି କରିଛି । ଶ୍ୟାମ ସାରଙ୍କ ଏମିତି ନିଧନ ଯେତିକି କଷ୍ଟ ଦାୟକ, ତା ଠାରୁ ବଳିଯାଇଛି ଶବ ପ୍ରତି ଅସମ୍ମାନ । ଏ ସମ୍ପରକରେ ଏନଏସି କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଶ୍ୟାମ ସାରଙ୍କୁ କରୋନା ପଜିଟିଭ୍ ନେଇ କିଛି ରିପୋର୍ଟ ଆସିନଥିବା ଜଣାପଡିଛି । କରୋନା ଡରରେ ତାଙ୍କର ଶବ ପ୍ରତି ଏପରି ବ୍ୟବହାରକୁ ସ୍ଥାନୀୟ ଅଞ୍ଚଳରେ ନାପସନ୍ଦ କରାଯାଇଛି ।

related posts

Leave a Comment