Home Breaking News / ତାଜା ଖବର ଅଗୁଆ ଧାଡି ଯୋଦ୍ଧା ଆଇ.ଆଇ.ସି ଶ୍ରୀ ମୋନାଜ ବେହେରା ଏବଂ ତାଙ୍କ ଦଳ ଏହି ମହାମାରୀକୁ କିପରି ପରିଚାଳନା କରନ୍ତି ତାହା ପ୍ରକୃତରେ ପ୍ରଶଂସନୀ

ଅଗୁଆ ଧାଡି ଯୋଦ୍ଧା ଆଇ.ଆଇ.ସି ଶ୍ରୀ ମୋନାଜ ବେହେରା ଏବଂ ତାଙ୍କ ଦଳ ଏହି ମହାମାରୀକୁ କିପରି ପରିଚାଳନା କରନ୍ତି ତାହା ପ୍ରକୃତରେ ପ୍ରଶଂସନୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ରାୟଗଡ଼ ଉପଖଣ୍ଡ ଗୁଣୁପୁର ରେ କରୋନା ମହାମାରୀ ର ଦୂତୀୟ ଲହରୀ ଭୟାନକ ପରିସ୍ଥିତିଗତି କରୁଛି ।ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜୀବନ ଜୀବିକା କୁ ଆଖି ଆଗରେ ରଖି ଗୁଣୁପୁର ଆଇ.ଆଇ.ସି ଶ୍ରୀ ମୋନଜ ବେହେରା ଗୁଣୁପୁର ଉପଖଣ୍ଡରେ ଥିବା ବିଭିନ୍ନ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାକୁ ସିଲ କରିଛନ୍ତି ।ଚାରି ଏସ.ଆଇ ଓ ଜଣେମାତ୍ର ଏ.ଏସ.ଆଇ ଙ୍କୁ ନେଇ ଗୁଣୁପୁରର ବିଭିନ୍ନ ଛକ କଡା କଡ଼ି ଭାବେ ଯାଞ୍ଚ ଜାରି ରଖିଥିବା ବେଳେ କିଛି ଅମାନିଆ ଖୁଲମ ଖୁଲା ବୁଲିବାର ଦୃଶ୍ୟମାନ ହେଉଛି ।ଗତ ଏକ ମାସ ହେଲା ଗୁଣୁପୁର ଉପଖଣ୍ଡ ଆରକ୍ଷ ଅଧିକାରୀ ପଦ ଖାଲି ପଡିଥିବା ବେଳେ ଏହାର ଦାୟିତ୍ୱ ମୁନିଗୁଡା ଏସ ଡି ପି ଓ ଙ୍କୁ ଦାୟିତ୍ୱ ଦିଆଯାଇଛି କିନ୍ତୁ ବର୍ତ୍ତମାନ ଗୁଣୁପୁର ଉପଖଣ୍ଡ ଅଦର୍ଶ ପୋଲିସ ଥାନା ଆଧିକାରୀ ଶ୍ରୀ ମୋନଜ ବେହେରା ଏକା ଏହି ସବୁ ଦାୟିତ୍ୱ ତୁଲାଉଛନ୍ତି । କର୍ମଚାରୀ କମ ଥିବାରୁ ଅମାନିଆଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି,କିନ୍ତୁ କିଛି ପୋଲିସ କର୍ମଚାରୀଙ୍କୁ ନେଇ ବହୁ ସୁନ୍ଦର ଭାବରେ ନିୟନ୍ତ୍ରଣ କରିଛନ୍ତି ଗୁଣୁପୁର ଆଇ.ଆଇ.ସି ଶ୍ରୀ ମୋନଜ ବେହେରା ।ବର୍ତ୍ତମାନ ଶ୍ରୀ ମୋନଜ ବେହେରାଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧି ଜୀବୀ ମହଲରେ ଖୁବ ପ୍ରଶଂସା ହେଉଛି ।ଆହୁରି କିଛି ପୋଲିସ ଅଧିକାରୀ ଗୁଣୁପୁର ଉପଖଣ୍ଡ ଆଦର୍ଶ ପୋଲିସ ଥାନା କୁ ଆବଶ୍ୟକ ରହିଛି ତାହା ପୁରଣ କରିବାକୁ ସାଧାରଣ ରେ ଦାବି ହେଉଛି ।

related posts

Leave a Comment