Home Breaking News / ତାଜା ଖବର ଉତ୍ତରା ନଦୀ ପଠାରେ ପଡିଛି ଏକ ମୃତଦେହ

ଉତ୍ତରା ନଦୀ ପଠାରେ ପଡିଛି ଏକ ମୃତଦେହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ବିଭତ୍ସ ହତ୍ୟାକାଣ୍ଡ । କିଏ ହତ୍ୟାକାରୀ । ଉତ୍ତରା ନଦୀ ପଠାରେ ପଡିଛି ଏକ ମୃତ ଦେହ । ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁ କେମିତି ହେଲା । ସସପେନ୍ସ ଘେରରେ । ସକାଳୁ ସକାଳୁ ଏକ ପୁରୀ ନମ୍ବର ଥିବା ସ୍କୁଟି ନଦୀ ନିକଟରେ ପାର୍କିଂ ହୋଇଥିଲା । ହେଲେ କେହି ସେଠାରେ ନଥିଲେ । ସ୍ଥାନୀୟ ଲୋକେ ଆଉ ପାଦେ ଆଗକୁ ଯିବାବେଳେ ଦେଖିବାକୁ ପାଇଲେ ନଦୀର ନିକଟରେ ଘାସରେ ପଡିଛି ଯୁବକର ମୃତ ଦେହ । ତୁରନ୍ତ ପୋଲିସ କୁ ଖବର ଦେବାପରେ ପୋଲିସ ପହଂଚି ଆରମ୍ଭ କରିଥିଲା ତଦନ୍ତ । ପାଖରେ ପଡିଥିଲା ଚପଲ ଓ ସ୍କୁଟି ହେଲେ ଏଠାକୁ ଏଭଳି ପରିସ୍ଥିତି କିଭଳି ହେଲା ସେନେଇ କୌଣସି ସ୍ପଷ୍ଟ ହୋଇପାରୁନାହିଁ । ତେବେ ମୃତ ଦେହ କାହାର କିଏ ଏହି ଯୁବକ ସେନେଇ ପୋଲିସ ଛାନ ଭିନ ଚଳାଇଛି ।

related posts

Leave a Comment