Home Breaking News / ତାଜା ଖବର ୨୪ ଘଣ୍ଟାରେ ୩.୬୬ ଲକ୍ଷ ନୂଆପଜିଟିଭ୍, ୩୭୪୭ ମୃତ୍ୟୁ : ପାର ହୋଇଗଲା କି ଶୀର୍ଷ ସଂକ୍ରମଣ ?

୨୪ ଘଣ୍ଟାରେ ୩.୬୬ ଲକ୍ଷ ନୂଆପଜିଟିଭ୍, ୩୭୪୭ ମୃତ୍ୟୁ : ପାର ହୋଇଗଲା କି ଶୀର୍ଷ ସଂକ୍ରମଣ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ ଗତ ୪ ଦିନ ପରେ ଉପରମୁହାଁ ସଂକ୍ରମଣରେ ବ୍ରେକ୍ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩ ଲକ୍ଷ ୬୬ ହଜାର ୩୧୭ ଜଣ ସଂକ୍ରମିତ ହୋଇଛନ୍ତି । ଏହା ବିଗତ ୪ ଦିନ ମଧ୍ୟରେ ସବୁଠାରୁ କମ୍ । ସେହିଭଳି ଏହି ସମୟରେ ମଧ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ତୁଳନାରେ ହ୍ରାସ ପାଇଛି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୪୦୦୦ ଅତିକ୍ରମ କରୁଥିବା ବେଳେ ଏବେ ଏହା ୩ ହଜାର ୭୪୭କି ଖସିଛି । ଜାତୀୟ ଗଣମାଧ୍ୟମ ଏସବୁ ରିପୋର୍ଟ କରୁଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପକ୍ଷରୁ ସୂଚନା ମିଳିବା ପରେ ଦେଶରେ ବିଗତ ୨୪ ଘଣ୍ଟାର କରୋନା ସ୍ଥିତି ସଂପର୍କରେ ସ୍ପଷ୍ଟ ଭାବେ କୁହାଯାଇ ପାରିବ । ଆଶ୍ୱସ୍ତିକର ଖବର ଯେ, ନୂଆ ସଂକ୍ରମିତ ଲୋକ କରୋନାରୁ ମୁକ୍ତ ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ପୂର୍ବରୁ ସୁସ୍ଥ ହେଉଥିବା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ରହୁଥିଲା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୫୩ ହଜାର ୫୮୦କୁ ଏହା ବୃଦ୍ଧି ପାଇଛି । ଦେଶରେ ଏବେ ୩୭ ଲକ୍ଷ ୪୧ ହଜାର ୩୬୮ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

related posts

Leave a Comment