Home Breaking News / ତାଜା ଖବର କୋଭିଡ ଚିକିତ୍ସାଳୟରେ ଚିକିତ୍ସା ଓ ଖାଦ୍ୟରେ ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ ଯୁବ ସାମ୍ବାଦିକା

କୋଭିଡ ଚିକିତ୍ସାଳୟରେ ଚିକିତ୍ସା ଓ ଖାଦ୍ୟରେ ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ ଯୁବ ସାମ୍ବାଦିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ମାଲକାନଗିରି ଜିଲ୍ଲାର କୋଭିଡ ଚିକିତ୍ସାଳୟରେ ଚିକିତ୍ସା ଓ ଖାଦ୍ୟରେ ଅବ୍ୟବସ୍ଥା କୁ ନେଇ ଆଜି ମୁହଁ ଖୋଲିଲେ ଯୁବ ସାମ୍ବାଦିକା। କରୋନା ମହାମାରୀ ର ଦୁତୀୟ ଲହର ଭୟଙ୍କର ହୋଇଥିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବାରମ୍ବାର କହି ଆସୁଥିବା ବେଳେ କୋଭିଡ ଚିକିତ୍ସାଳୟରେ ଚିକିସ୍ତା ଓ ଖାଦ୍ୟରେ ଅବ୍ୟବସ୍ଥା ଦେଖାଯାଇଛି। କିଛିଦିନ ପୂର୍ବରୁ ଚିକିତ୍ସା ରେ ଅବହେଳା ହୋଇ ବହୁ ରୋଗୀ ପ୍ରାଣ ହରାଇଥିବାର ମଧ୍ୟ ଦେଖାଯାଇଛି। ଅସିଝା ଖୁଆଉଛନ୍ତି, ଯାହା ମଣିଷ ଖାଇବା ଯୋଗ୍ୟ ନୁହେଁ ।‘ଏଠି ମଣିଷକୁ ମଣିଷ ଭାବୁ ନାହାନ୍ତି । ଖାଇବା ଏମିତି ଦେଉଛନ୍ତି, ନ ଖାଇବା ଭଲ। ସିଝି ନ ଥିବା ଖାଦ୍ୟ ଦେଉଛନ୍ତି । ଯାହାକୁ ଖାଇ ଆମେ ବଞ୍ଚିଛୁ, ଡାକ୍ତରମାନେ ବି ତାକୁ ହିଁ ଖାଇ ସେବା କରୁଛନ୍ତି।ଏଠି କି ଅବସ୍ଥା ନ କହିବା ଭଲ।’ ଏଭଳି କହି କହି ଏକ ଭିଡିଓ କରିଛନ୍ତି କୋଭିଡ ରେ ଆକ୍ରାନ୍ତ ଜଣେ ଯୁବ ସାମ୍ବାଦିକା କଳିଙ୍ଗ tv ମାଲକାନଗିରି ପ୍ରତିନିଧି
ମାଲକାନଗିରି ଜିଲ୍ଲା କୋଭିଡ଼ ରୋଗୀଙ୍କ ପାଇଁ ହୋଇଥିବା ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଯୋଗା ଯାଉନଥିବା କଥା ଏବେ ସାମ୍ନାକୁ ଆସିଛି । କୋଭିଡରେ ଆକ୍ରାନ୍ତ ଜଣେ ଯୁବ ସାମ୍ବାଦିକ ଜୟନ୍ତୀ ବୁରୁଦା  ଭିଡିଓ ମାଧ୍ୟମରେ ନିଜ କୋହ ଭରା କଣ୍ଟରେ ଗଣମାଧ୍ୟମକୁ ପଠାଇଛନ୍ତି । କୋଭିଡ ସେଣ୍ଟରରେ ନିନ୍ମ ମାନର ଖାଦ୍ୟ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।କୋଭିଡି କେୟାର ସେଣ୍ଟରର ଦୃଶ୍ୟ ଆମେ ଆଗରୁ ମଧ୍ୟ ଦେଖିଛେ, କି କେଉଁଭଳି ଭାବରେ ଚିକିତ୍ସାରେ ଅବହେଳା କରାଯାଏ ଏବଂ କେଉଁଠି ଭଲ ଖାଦ୍ୟ ମଧ୍ୟ ଦିଆଯାଉନଥାଏ ।

related posts

Leave a Comment