Home Breaking News / ତାଜା ଖବର ଖନ୍ଦା ଗାଁକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷିତ

ଖନ୍ଦା ଗାଁକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଖନ୍ଦା ଗାଁ ରେ କରୋନା ମହାମାରୀ ରେ ସଂକ୍ରମଣ ହେଇ ୪୩ ଜଣ ପଜେଟିଭି ବାହାରି ଥିବାରୁ ଢେଙ୍କାନାଳ ଜିଲ୍ଲା ପାଳଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ପ୍ରଶାସନ ତରଫରୁ ଜନସାଧାରଣ ସୁରକ୍ଷା ଦୃଷ୍ଟିରୁ ମିନି କଣ୍ଟେନମେଣ୍ଟ ଯୁନ ଭାବେ ୭୨ ଘଂଟା ପାଇଁ ଖନ୍ଦା ଗାଁ କୁ ଘୋଷଣା କରିଛନ୍ତି ।ତା/୧୦/୫/୨୦୨୧ ରିଖ ସକାଳ ୭ ରୁ ୧୩/୦୫/୨୦୨୧ ରିଖ ସକାଳ ୭ ପର୍ଯ୍ୟନ୍ତ ସମ୍ପୂର୍ଣ ବନ୍ଦ ରହିବ ।ଏ ସମ୍ପର୍କରେ ସରପଞ୍ଚ ସୁଜାତା ସିଂହ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଖନ୍ଦା ଗାଁ ରେ ଅଧିକ କରୋନା ରେ ସଂକ୍ରମିତ ହେଇଥିବାରୁ ଏହି ଗାଁ କୁ ଅନ୍ୟ ଲୋକମାନେ ଆସିଲେ ଅଧିକ ସଂକ୍ରମଣ ହେବା ଆଶଙ୍କାରେ ଗାଁ କୁ ୭୨ ଘଣ୍ଟା ପାଇଁ ବନ୍ଦ କରାଯାଇଅଛି ।ଯେଉଁମାନେ କରୋନା ପଜେଟିଭ ଚିହ୍ନଟ ହେଇଛନ୍ତି ସେମାନଙ୍କୁ ବିରାସାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଟିମ ଆସି କରୋନା ରେ ଆକ୍ରାନ୍ତ ହେଇଥିବା ରୋଗୀ ଙ୍କୁ ଚିକିତ୍ସା କରାବା ସହିତ ସମସ୍ତଙ୍କୁ ଔଷଧ ବିତରଣ କରଯାଇଥିଲା ।ସମସ୍ତେ ହୋମ କ୍ୟାରେଣ୍ଟଇନ ରେ ରହିବେ |ବ୍ଲକ ସିଡ଼ିପିଓ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଯାଇ ଗାଁ ରେ ଥିବା ଲୋକ ମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ତଦାରଖ କରିଥିଲେ ।

related posts

Leave a Comment