Home Breaking News / ତାଜା ଖବର ଚାଇଲଡ ଲାଇନ ଓ ପ୍ରଶାସନର ଉଦ୍ୟମରେ 3ଗୋଟି ବାଲ୍ୟବିବାହ ବନ୍ଦ

ଚାଇଲଡ ଲାଇନ ଓ ପ୍ରଶାସନର ଉଦ୍ୟମରେ 3ଗୋଟି ବାଲ୍ୟବିବାହ ବନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): କରୋନା ମହାମାରି ର କଟକଣା ଜାରି କରାଯାଈଥିଲେ ସୁଧା ନିୟମ ଭାଙ୍ଗି ବାଲ୍ୟ ବିବାହ କରିବାକୁ ଫଛଘୁଞ୍ଚା ଦେଉନାହାନ୍ତି ଗଞ୍ଜାମ ବାସି ା ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବ୍ରହ୍ମପୁର ଚାଈଲଡ୍ ଲାଈନ୍ ଓ ସ୍ଥାନିୟ ପ୍ରଶାସନଙ୍କ ଉଦ୍ୟମରେ ଭଞ୍ଜନଗର ଅଞ୍ଚଳ ର ବାଉଁଶ ଲୁଣ୍ତି , ଖଲିକୋଟ
ଅଞ୍ଚଳର ହରିଡା ମୂଳ , ଚମୁଡି ଗ୍ରାମରେ ଯାଈପହଞ୍ଚିଥିଲେ ା ରାଜ୍ୟ ସଂଯୋଜକ ସାଈପ୍ରଶାଦ ସାମଲ ଓ ଡି.ସି.ପିଓ ଙ୍କ ସମେତ ଚାଈଲଡ ଲାଈନର ସମସ୍ତ କର୍ମକର୍ତ୍ତା ଏବଂ ପୋଲିସ୍ ପ୍ରଶାସନ , ଯାଈ ସେଠାରେ ତିନୋଟି ପରିବାରର କନ୍ଯା ପିତାଙ୍କ ଶହ ଆଲୋଚନା କରିଥିଲେ ା 18 ବର୍ଷରୁ କମ୍ ରେ ବାଲ୍ୟବିବାହ ର ନିଶେଧ ଅଧିନିୟମ ଯାହାକି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି ା ଏହି ବିଷୟରେ କନ୍ୟା ପକ୍ଷ ପରିବାର ଙ୍କୁ ବୁଝାଈବା ପରେ କନ୍ୟା ପକ୍ଷ ପିତା ସବୁ କିଛି ବୁଝିଲା ପରେ କନ୍ୟାକୁ 18 ବର୍ଷ ପୁରିଲା ପରେ ବିବାହ କରିବା ପାଈଁ ଏକ ପ୍ରତିସୁତି ନାମା ଲିଖିତ ଭାବେ ଚାଈଲଡ୍ ଲାଈନ୍ କୁ ଦେଈଥିଲେ ! ଆଗାମି ଦିନରେ ହେବାକୁ ଥିବା 3 ଗୋଟି ବାଲ୍ୟ ବିବାହ କୁ ଆଜି ଚାଈଲଡ ଲାଈନ୍ ଓ ପ୍ରଶାସନ ଙ୍କ ଉଦ୍ୟମରେ ବନ୍ଦ କରାଯାଈଛି ା

related posts

Leave a Comment