Home Breaking News / ତାଜା ଖବର ମହାନଗର ନିଗମ ପକ୍ଷରୁ ଅଗ୍ନିଶମ ବିଭାଗ ସହଯୋଗରେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ବିଶୋଧନ

ମହାନଗର ନିଗମ ପକ୍ଷରୁ ଅଗ୍ନିଶମ ବିଭାଗ ସହଯୋଗରେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ବିଶୋଧନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର ମହାନଗର ନିଗମରେ ଦିନକୁ ଦିନ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅଗ୍ନିଶମ ବିଭାଗ ସହଯୋଗରେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ବିଶୋଧନ କରାଯାଉଛି ।
ତେବେ ୨୫ ୱାର୍ଡବାସିନ୍ଦାଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ନିର୍ଦ୍ଦେଶରେ ଆଜି ୨୫ନମ୍ବର ୱାର୍ଡ ଅଞ୍ଚଳ ବିଶୋଧନ କରାଯାଇଯାଇଥିବାରୁ ସ୍ତାନୀୟ ବାସିନ୍ଦା ବିଧାୟକ ଓ ସାଂସଦ ଏବଂ ବିଏମସି କମିଶନରଧନ୍ୟବାଦ ଜଣାଇଛନ୍ତି ।
ସମାଜସେବୀ ରବିନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ସିଞ୍ଚନ କାର୍ଯ୍ୟ ହୋଇଥିଲା । ବିଶୋଧନ ମାଧ୍ୟମରେ ହିଁ କରୋନା ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ବିଏମସିର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

related posts

Leave a Comment