Home Breaking News / ତାଜା ଖବର ଦ୍ୱିତୀୟ ଡୋଜ୍ ଟୀକା ଆସୁନି, ଅପେକ୍ଷାରେ ଅଞ୍ଚଳବାସୀ

ଦ୍ୱିତୀୟ ଡୋଜ୍ ଟୀକା ଆସୁନି, ଅପେକ୍ଷାରେ ଅଞ୍ଚଳବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): ପ୍ରଥମ ଡୋଜ ଟୀକା ନେଇଯିବା ପରେ ଦ୍ୱିତୀୟ ଡୋଜ ଟୀକା ନେବାକୁ ହନ୍ତସନ୍ତ ହେଉଛନ୍ତି ଲୋକେ l ପ୍ରଥମ ଡୋଜ ଟୀକା ନେବାର ଏକମାସ ବିତିଯାଈଥିଲେ ମଧ୍ୟ l ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟୀକା ନେବାର ଆବଶ୍ୟକତା ରହିଛି l ଯାହାକି ୫୬ ଦିନ ଭିତରେ ଦ୍ୱିତୀୟ ଡୋଜ ନ ନେଲେ ପୁଣି ଥରେ ପ୍ରଥମ ଡୋଜ ରୁ ଟୀକା ନେବାକୁ ପଡିବ  । ଆବଶ୍ୟକତା ଠାରୁ କମ ପରିମାଣ ର ଟୀକା ଆସୁଥିବାରୁ ଓ ଟୀକା ପ୍ରଦାନ ରେ ସ୍ୱଚ୍ଛତା ରହୁନଥିବାରୁ ପ୍ରଥମ ଡୋଜ ଟୀକା ନେଇଥିବା ଶହ ଶହ ବ୍ୟକ୍ତି ଦ୍ୱିତୀୟ ଡୋଜ ନେଇପାରିନାହାନ୍ତି ।ଟୀକା କେବେ ଆସିବ କେବେ ଦିଆଯିବ କାହାରିକୁ ଅବଗତ ମଧ୍ୟ କରାଯାଉନାହିଁ l ଯାହା ଫଳରେ ସାଧାରଣ ଲୋକ ଦ୍ୱିତୀୟ ଡୋଜ ଟୀକା ପାଇଁ ଏକ ସପ୍ତାହ ହେଲା ଗଞ୍ଜାମ ଜିଲ୍ଲା ର ବେଗୁନିଆପଡ଼ା ଓ କୋଦଳା ସ୍ୱାସ୍ଥ୍ୟକେନ୍ଦ୍ର କୁ ସକାଳୁ ଦୌଡ଼ି ଆସୁଛନ୍ତି ଅଞ୍ଚଳ ବାସୀ । ହେଲେ ଅପରପକ୍ଷେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ଯକ୍ତି ମାନେ ସରକାରଙ୍କ ନିୟମ ଅନୁସାରେ ରେଜିଷ୍ଟ୍ରେସନ୍ କରି କେବେ ଟିକା ମିଳିବ ବୋଲି ଚାହିଁ ବସିଛନ୍ତି ଅଞ୍ଚଳବାସୀ । କିନ୍ତୁ ସେମାନଙ୍କ ପାଇଁ ଟୀକା ଆସିବା ତ ଦୂରର କଥା, ଏଯାବତ୍ ଏନେଇ କୌଣସି ପ୍ରସ୍ତୁତି ଆରମ୍ଭ ହୋଇନାହିଁ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ା ଯଦିଟୀକା ନେବାକୁ ଇଛୁକ ବ୍ୟକ୍ତି ଙ୍କ ତାଲିକା ପ୍ରସ୍ତୁତ କରାଯାଇ କ୍ରମlନ୍ୱୟ ରେ ଟୀକା ପ୍ରଦାନ କରାଯାଇପାରନ୍ତା ତେବେ ଲୋକମାନେ ଉପକୃତ ହୋଇପାରନ୍ତେ l ସୁବିଧା ରେ ଆଉ ଶୃଙ୍ଖଳା ରେ ସମସ୍ତେ ଟୀକା ପାଇପାରନ୍ତେ l ସବୁଦିନ ସ୍ୱାସ୍ଥ୍ୟକେନ୍ଦ୍ର କୁ ଲୋକେ ଅଯଥା ରେ ଦୌଡିବାକୁ ପଡନ୍ତା ନାହିଁ l ତେବେ ମଙ୍ଗଳବାର ଦିନ କୋଦଳା କଲ୍ଯାଣ ମଣ୍ଡପ ଠାରେ ଦିତୀୟ ଡୋଜ୍ ଟୀକା କିଛି ଲୋକ ନେଇଥିବା ବେଳେ ବେଗୁନିଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ଟୀକା ଆସି ନଥିବାରୁ ବନ୍ଦ ରହିଛି। ଏ ଦିଗରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେଇ ବିହିତ ପ୍ରତିକାର କରିବାକୁ ସାଧାରଣ ରେ ଦାବି ହେଉଛି l

related posts

Leave a Comment