Home Breaking News / ତାଜା ଖବର ବରିଷ୍ଠ ନାଗରିକଙ୍କ ଦ୍ବିତୀୟ ଡୋଜ୍ ଟିକା କରଣ: ଜିଲ୍ଲାରେ ୭୫, ରାଇକିଆ ବ୍ଲକ୍ ରେ ୩ ଜଣ ସଂକ୍ରମଣ ଚିହ୍ନଟ

ବରିଷ୍ଠ ନାଗରିକଙ୍କ ଦ୍ବିତୀୟ ଡୋଜ୍ ଟିକା କରଣ: ଜିଲ୍ଲାରେ ୭୫, ରାଇକିଆ ବ୍ଲକ୍ ରେ ୩ ଜଣ ସଂକ୍ରମଣ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମୋବାର ପୁଣି ଦ୍ବିତୀୟ ଡୋଜ୍ ଟିକାକରଣ ହୋଇଛି। କୋଭିଡ-୧୯ ର ପ୍ରଥମ ଡୋଜ୍ ର ଦୁଇ ମାସ ପରେ ପୁଣି ଦ୍ବିତୀୟ ଡୋଜ୍ ଟିକାକରଣରେ ବରିଷ୍ଠ ନାଗରିକଙ୍କ ଏଥିରେ ସାମିଲ ରହିଛନ୍ତି।ଏଥି ପୁର୍ବରୁ ମଧ୍ୟ ବରିଷ୍ଠ ନାଗରିକଙ୍କୁ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ।ଆଜି ପୁଣି ଯେଉଁ ମାନେ ଦ୍ବିତୀୟ ଡୋଜ୍ ଟିକା ନେଇ ନଥିଲେ ସେମାନେ ନେଲେ। ପ୍ରଥମେ ହିତାଧିକାରୀଙ୍କ ନାମ ପଞ୍ଜିକରଣ କରିବା ସହ କୋରନା ପରୀକ୍ଷା କରାଯାଇ ଟିକା କରଣ କରାଯାଇଛି।କୋଭିଡ-୧୯ ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରଥମେ ହାତକୁ ସାନିଟାଇଜର କରାଯାଇ ଗୃହକୁ ପ୍ରବେଶ କରାଯାଇଛି।ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ପାଇଁ ସାମାଜିକ ଦୂରତା ରଖି ବସିବାର ବ୍ୟବସ୍ଥା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅମିୟ ଦତ୍ତ ଗିରି ଡାକ୍ତର ଦେବାଶିଷ ଜେନା ଉପସ୍ଥିତ ରହି ତଦାରଖ କରୁଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମଚାରୀଙ୍କ ଦ୍ବାରା ଏହି ଟିକାକରଣ ର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସମୋବାର ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମୁଦାୟ ୧୮୫ ଜଣଙ୍କୁ ଟିକାକରଣ କରାଯାଇଥିବା ସୁଚନା ମିଳିଛି। ଆଗାମୀ ଦିନରେ ଆହୁରି ଟିକା କରଣ କରାଯିବ ବୋଲି କୁହାଯାଇଛି। ଆଜି ସମୋବାର ଜିଲ୍ଲାରେ ୭୫ ଜଣ ନୁଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ରାଇକିଆ ବ୍ଲକ୍ ରୁ ମାଣିକେଶ୍ଵର ଓ ପେଟାପାଙ୍ଗା ପଞ୍ଚାୟତର ୩ ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି। ୭୫ ଜଣଙ୍କୁ ମିଶେଇ ଜିଲ୍ଲାରେ ସମୁଦାୟ ୭୧୮୯ ଜଣ ସଂକ୍ରମଣ ହୋଇଥିବା ବେଳେ ୬୪୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୬୮ ଜଣ ଚିକିତ୍ସା ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୁଚନା ଦିଆଯାଇଛି।

related posts

Leave a Comment