Home Breaking News / ତାଜା ଖବର ବିଜେପି ରାୟଗଡା ଜିଲ୍ଲା ସଭାପତିଙ୍କ ମାତୃ ବିୟୋଗ ଅଶ୍ରୁଳ ବିଦାୟ

ବିଜେପି ରାୟଗଡା ଜିଲ୍ଲା ସଭାପତିଙ୍କ ମାତୃ ବିୟୋଗ ଅଶ୍ରୁଳ ବିଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ): ରାୟଗଡ଼ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପଟ୍ଟନାୟକ ଙ୍କ ମା ଶ୍ୟାମଳା ପଟ୍ଟନାୟକ (୯୪)ରାୟଗଡା ନିୟୁ କଲୋନୀ ସ୍ଥିତ ବାସଭବନ ରେ ଆଜି ସକାଳ 6 ଟା ସମୟରେ ହଟାତ ଅସୁସ୍ଥ ହୋଇ ପରଲୋକ ହୋଇଛି ,ସେଜଣେ ଧର୍ମପରାୟନ ଥିଲେ । ରାୟଗଡା ସ୍ଥିତ ନିୟୁ କଲୋନୀ ରେ ସେ ପରିବାର ସହ ରହି ଆସୁଥିଲେ ଓ ତାଙ୍କ ସ୍ୱାମୀ ସ୍ବର୍ଗତ ସୁଧାକର ପଟ୍ଟନାୟକ ଜଣେ ଆଦର୍ଶ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ। ଖବର ପାଇ ସ୍ଥାନୀୟ ଲୋକ ଏବଂ ବିଜେପି ମହଲରେ ଶୋକର ଛାୟା ଖେଳିଯାଇଛି ।ମୃତ୍ୟୁ ବେଳେ ତାଙ୍କ ପୁଅ ଶ୍ରୀ ଶିବ ପଟ୍ଟନାୟକ, ସତ୍ୟ ପଟ୍ଟନାୟକ ଙ୍କ ସମେତ ଆଉ ପାଞ୍ଚ ଭାଇ, ଚାରି ଭଉଣୀ ଏବଂ ପାଖରେ ବହୁ, ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ।ତାଙ୍କ ଅନ୍ତିମ ସତ୍କାର କୋଭିଡ ନିୟମ ଅନୁସାରେ ବ୍ରାହ୍ମଣ ସାହି ସ୍ଥିତ ସ୍ମସାନ ଠାରେ ହୋଇଥିଲା । ମୃତ୍ୟୁ ର ଖବର ପାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଶ୍ରୀଯୁକ୍ତ ଦୀପକ ରାଉତ, ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ, ବିଜେପି ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ କାଳୀରାମ ମାଝୀ, ବିଜେପି ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା,ବିଜେପି ନଗର ସଭାପତି ଶ୍ୟାମ କୁମାର ଦାଶ,ଅଜୟ କୁମାର ଚୂଲେଟ, ଏମ୍ ବିଦ୍ୟା ସାଗର, ରାଜେଶ ପାଣିଗ୍ରାହୀ, ସୁଶାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ବନ୍ଧୁ ଗଣ, ବୁଦ୍ଧି ଯିବି ଶେଷ ଦର୍ଶନ କରିଥିଲେ. କୋଭିଡ କଟକଣା ଏବଂ ସାପ୍ତାହିକ ସଟ ଡାଉନ୍ ଥିବା ଯୌଙ୍ଗୁ ବିଧାୟକ ପାର୍ଥୀ ଶ୍ରୀ ବସନ୍ତ କୁମାର ଉଲ୍ଲାକା , ଜିଲ୍ଲା ର ବିଭିନ୍ନ ରାଜନୈତିକ ଦଳର ନେତା, ସାମ୍ବାଦିକ ବନ୍ଧୁଗଣ, ବୁଦ୍ଧିଜୀବୀ, ଏବଂ ପ୍ରମୁଖ ବ୍ୟକ୍ତି ମାନେ ଫୋନ ମାଧ୍ୟମରେ ଶ୍ରୀଯୁକ୍ତ ପଟ୍ଟନାୟକ ଏବଂ ପରିବାର ବର୍ଗ ଙ୍କୁ ସମବେଦନା ଏବଂ ତାଙ୍କ ମା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ. ବିଜେପି ରାଜ୍ୟ ସଙ୍ଘଠନ ମନ୍ତ୍ରୀ ଶ୍ରୀଯୁକ୍ତ ମାନସ ମହାନ୍ତି ଏବଂ ବିଜେପି ରାଜ୍ୟ ନେତୃବୃନ୍ଦ ଫୋନ ମାଧ୍ୟମରେ ଶ୍ରୀଯୁକ୍ତ ଶିବ ପଟ୍ଟନାୟକ ଙ୍କୁ ସମବେଦନା ଏବଂ ତାଙ୍କ ମା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି ।

related posts

Leave a Comment