Home Breaking News / ତାଜା ଖବର ପରଲୋକରେ ଏଚ୍ ପି ପଶ୍ଚିମ ପ୍ରାନ୍ତ ସଭାପତି

ପରଲୋକରେ ଏଚ୍ ପି ପଶ୍ଚିମ ପ୍ରାନ୍ତ ସଭାପତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ) ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତର ସଭାପତି ନୀଳାଦ୍ରି ବିହାରୀ ଯୋଶୀ ଆଜି ସକାଳ ୧୧ ଟା ସମୟରେ ଇହଲିଳା ସମ୍ବରଣ ଘଟିଛି। ସେ ପ୍ରାୟ ୨୮ ଦିନ ଧରି ରାଜ୍ୟର ରାଜଧାନୀ ଭୁବନେଶ୍ଵର ଘରୋଇ ଡାକ୍ତରା ଖାନରେ ଚିକିତ୍ସିତ ହେଉଥିଲେ। ସେ ହୃଦ୍ ରୋଗରେ ପୀଡିତ ଥିବା ଶହ ଅନ୍ୟ କେତେକ ସମସ୍ୟା ଦେଖାଦେଇଥିଲା ଆଜି ସକାଳୁ ପରୀକ୍ଷା କରୁଥିବା ଡାକ୍ତର ଆସି ପରୀକ୍ଷା କରି ଫେରିଥିଲେ। ସେ ଜଣେ ଜଣାଶୁଣା ଓଡ଼ିଆ କର୍ମଠ, ଧର୍ମ ପରାୟଣ, ଦକ୍ଷ, ହିନ୍ଦୁପ୍ରେମି ତଥା ରାଷ୍ଟ୍ର ଭକ୍ତ ଥିଲେ। ତାଙ୍କର ନିଧନ ରେ ପୁରା ପଶ୍ଚିମାଞ୍ଚଳ ଶୋକରେ ବୁଡି ଯାଇଛି। ସେହିଭଳି ଏବେ ଅତି କ୍ରିୟାଶୀଳ ହୋଇ ସଂଗଠନ କାମରେ ଲାଗିଥିବା ବିଶ୍ବହିନ୍ଦୁ ପରିଷଦର ରାୟଗଡ଼ ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁ ଏକ ଶୋକସଭା କରି ଶୋକ ପ୍ରକଟ କରିବାସହ ତାଙ୍କ ଆତ୍ମାର ସଦ୍ଗତୀ ପାଇଁ ଜଗନ୍ନାଥ ପାଖରେ ପ୍ରାର୍ଥନା କରିଥିଲେ। ତାଙ୍କ ନିଧନର ଯୋଗ ଗୁରୁ ଯୋଗିଶ୍ରି ଚୈତନ୍ୟ ରାମ, ଜିଲ୍ଲା ଓ ନଗର ଭାଜପା ସଭାପତି ଶିବ ପଟ୍ଟନାୟକ, ଶ୍ୟାମ ଦାସ, କ୍ରାନ୍ତି ବାବା ସତ୍ୟ ସ୍ୱରୂପା ନନ୍ଦ ଗିରୀ ଓ ବହୁତ୍ ମନ୍ୟ ଗନ୍ୟ ବ୍ୟକ୍ତି ଶୋକ ପ୍ରକଟ କରିଛନ୍ତି। ତାଙ୍କ ନିଧନର ପଶ୍ଚିମ ପ୍ରାନ୍ତ କଳା ବାଦଲ ଛାଇଯିବ ଓ ତାଙ୍କ ରିକ୍ତ ସ୍ଥାନ କୁ କେହି ପୂରଣ କରିପାରିବେନି ବୋଲି ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁ କହିଛନ୍ତି। ତାଙ୍କ ମୃତ୍ୟୁ ବେଳକୁ ୬୯ ବର୍ଷ ହେଇଥିଲା, ତାଙ୍କର ୨ ଗୋଟି ପୁତ୍ର ସନ୍ତାନ ଓ ପତ୍ନୀ ଉପସ୍ଥିତ ଥିଲେ। ସେ ବଲାଙ୍ଗୀର ସହର ବୀର ପୁତ୍ର ଥିଲେ ଆଜିକାଲି ସେଭଳି ସମାଜସେବୀ ମିଲବା କଷ୍ଟକର ଅଟେ, ତାଙ୍କ ପରିବାରକୁ ଏଭଳି ପ୍ରତିକୂଳ ପରିସ୍ଥିତି ରେ ଅସୀମ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯୋଗିଶ୍ର ଚୈତନ୍ୟ ରାମ।

related posts

Leave a Comment