Home Breaking News / ତାଜା ଖବର କରୋନା ଯୁଦ୍ଧରେ ହାରିଗଲେ ଡାକ୍ତର

କରୋନା ଯୁଦ୍ଧରେ ହାରିଗଲେ ଡାକ୍ତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ଜୀବନ ଯୁଦ୍ଧରେ ହାରିଲେ କରୋନା ଯୋଦ୍ଧା ଆୟୁଷ ଡାକ୍ତର, ଲିଙ୍ଗରାଜ ସାମନ୍ତରାୟ।।କରନା ରେ ଆକ୍ରାନ୍ତ ହୋଇ ଚିକତ୍ସା ଧୀନ ଅବସ୍ଥା ରେ ଆଜି ଜୟପୁର କଭିଡ ମେଡିକାଲ ରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ର ମୃତ୍ୟୁ ଖବର କୁ ନେଇ ଜିଲାରେ ଶୋକ ର ଛାୟା ଖେଳି ଯାଇଛି।ରବଣା ଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୁସ ଡାକ୍ତର ଭାବେ ନିଯୁକ୍ତି ଥିଲେ।ସେ କଭିଡ ର RRT ବିଭାଗ ରେ ରହି ନୂତନ କରନା ସଂକ୍ରମିତ ଙ୍କୁ ଘର ଘର ଯାଇ ଚିକତ୍ସା ଯୋଗାଉଥିଲେ।ଗତ ଗତ ମେ ଏକ ତାରିଖ ଦିନ ସେ ନିଜେ କରନା ରେ ସଂକମିତ ହୋଇ ଜୟପୁର କଭିଡ ମେଡିକାଲ ରେ ଭର୍ତି ହୋଇଥିଲେ ଗତକାଲି ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟ ବସ୍ତା ସୁଧାର ଥିଲା କିନ୍ତୁ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ତାଙ୍କର ମୃତ୍ୟୁ କୁ ନେଇ କଭିଡ ମେଡିକାଲ ପରିସର ରେ ଶ୍ରଦ୍ଧାଙ୍ଗଲି ପ୍ରଦାନ କରାଯାଇଛି।କୋରାପୁଟ ଜିଲାପାଳ ଆବୁଦୁଲ.ମହମ୍ମଦ ଆକ୍ତର ,ଉପଜିଲାପାଳ ହେମକାନ୍ତ ସାୟ, ଅରୁଣ ପାଢ଼ୀ, dr ରବୀନ୍ଦ୍ର ମିଶ୍ର ,ଜୟପୁର SDPO ଅରୁପ ଅଭିଷେକ ବେହେରା ଏବଂ ଟାଉନ ଥାନା ଅଧିକାରୀ ବାଲେଶ୍ଵର ଗିଧି ପ୍ରମୁଖ ଶ୍ରଦ୍ଧାଞ୍ଜଲି ଜ୍ଞାପନ କରିଛନ୍ତି।ମୃତ ଡାକ୍ତର ଲିଙ୍ଗରକ ସାମନ୍ତରାୟ ଙ୍କ ବୟସ ୫୨ ବର୍ଷ ,ନିଜ ଘର ରାୟଗଡା ଜିଲାର ପଦ୍ମପୁର ।ସେ ଜୟପୁର ପାରାବେଢା ରେ ରହୁଥିଲେ।

related posts

Leave a Comment