Home Breaking News / ତାଜା ଖବର ତେନ୍ତୁଳି ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ତେନ୍ତୁଳି ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ତେନ୍ତୁଳି ଗଛରେ ଝୁଲୁଚି ଯୁବକଙ୍କ ମୃତ ଦେହ । ବେକରେ ଗାମୁଛା ଦେଇ ଝୁଲିପଡିଥିବା ମୃତ ଦେହ ଦେଖିଥିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱରର ଓଲଡ଼ ଟାଉନ ଡାକ ବଙ୍ଗଳା ପରିସରରେ ଥିବା ତେନ୍ତୁଳି ଗଛରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ । ଯୁବକ ଜଣଙ୍କ ହେଉଛନ୍ତି ବିଜୟ ପାତ୍ର । ତାଙ୍କ ବୟସ 37 ବର୍ଷ ଲକ ଡାଉନ କାରଣରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ବିଜୟ । ହେଲେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ଜଣାପଡିନାହିଁ । ଆତ୍ମହତ୍ୟା ପଛରେ ଆର୍ଥିକ ସଙ୍କଟ ନା ଆଉ କିଛି କେହି ଜାଣିନାହାନ୍ତି । ତାଙ୍କ ସଂପର୍କୀୟ ପରିବାର ସମସ୍ତେ ବିଜୟଙ୍କ ମୃତ୍ୟୁକୁ ନେଇ ସ୍ତବ୍ଧ । ଗତକାଲି ରାତିରେ ସେ ସାଇକେଲ କେଉଁଠି ଛାଡି ଚାଲିଆସିଥିବାରୁ ଖୋଜିବାକୁ ଆସିଥିଲେ ହେଲେ ଆଉ ଘରକୁ ଫେରିନଥିଲେ । ଏହାପରେ ବହୁ ଖୋଜାଖୋଜି କରିବା ପରେ ଲୋକଙ୍କ ଦ୍ୱାରା ଖବର ପାଇ ଡାକ ବଙ୍ଗଳା ପହଞ୍ଚିଥିଲେ ପରିବାର ଲୋକେ । ଶେଷରେ ମୃତ ଦେହ ଦେଖି ତାଯୁବ ହୋଇପଡିଥିଲେ ।

related posts

Leave a Comment