Home Breaking News / ତାଜା ଖବର କୋଭିଡ କଟକଣା ଅଧିକ କିନ୍ତୁ ପରୀକ୍ଷା ସନ୍ତୋଷ ଜନକ ନୁହେଁ

କୋଭିଡ କଟକଣା ଅଧିକ କିନ୍ତୁ ପରୀକ୍ଷା ସନ୍ତୋଷ ଜନକ ନୁହେଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼(ଧନେଶ୍ୱର ରାଉତ): ରାୟଗଡ଼ ଜିଲ୍ଲାରେ କୋଭିଡ଼ କଟକଣା କୁ କଡାକଡି କରାଯାଇଛି କିନ୍ତୁ ଆର୍ ଟି ପି ସି ଆର୍ ଟେଷ୍ଟ ସନ୍ତୋଷ ଜନକ ହେଉନଥିବା ଅଭିଯୋଗ ହେଉଛି। ଏଥି ଯୋଗୁ ରୋଗ ଚିହ୍ନଟ ହେବାରେ ବିଳମ୍ୱ ହେଉଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ପ୍ରକାଶ ଯୋଗ୍ୟ ଏହି କି ଯେ କୋଭିଡ଼ ର ଦ୍ଵିତୀୟ ଲହରୀ ଜାରି ରହିଥିବାବେଳେ ପ୍ରଶାସନ ଅତି ସତର୍କତାର ଉପାୟ ଅବଲମ୍ବନ କରିଛି ତାହା ଯେତେ ପ୍ରସଂଶା କେଲେବି କମ୍ କିନ୍ତୁ ରୋଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭରୁ ମାତ୍ର ୭୦ ଟେଷ୍ଟ କରାଯାଉଥିଲା ତାହା ଏବେ ବଢି ୧୦୦ କୁ ପହଞ୍ଚିଛି। ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଦିନକୁ ୭୦୦ ରୁ ଉର୍ଦ୍ଧ୍ୱ ରୋଗୀ ତେଷ୍ଟିଁ ପାଇଁ ଆସୁଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ମଲିଥିବା ଖବର ସେମାନେ ଟେଷ୍ଟିଂ ନକରି ପରି ଫେରିଯାଇଥିବା ଜଣା ପଡ଼ିଛି ତେଣୁ ସଂକ୍ରମଣ ଅଧିକରୁ ଅଧିକ ହେଉଛି ବୋଲି ଅନେକ କହିଛନ୍ତି। ଜଣେ ଜଣାଶୁଣା ଅଧିକାରୀ କହିଛନ୍ତି କି ଅନେକ ଲୋକ ବାରମ୍ବାର ଆସି ଫେରୁଥିବା ରୁ ବିରକ୍ତ ହୋଇ ଆସୁନାହାନ୍ତି ତେଣୁ ସଂକ୍ରମଣ କମିବା ଅପେକ୍ଷା ବଢୁଛି ତେଣୁ ଦିନକୁ ଦିନ ପରିସ୍ଥିତି ଅନାୟତ ହେବାକୁ ବସିଛି। ଏନେଇ ଡାକ୍ତର ମମତା ଚୌଧୁରୀ ଙ୍କୁ ପଚାରିବାରୁ ସେ କହିଥିଲେ କି ଏବିଷୟରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇ ଦିଆଯାଇଛି ସେପଟରୁ ନିର୍ଦ୍ଦେଶ ମିଳିଲେ ୨ ସହ ଟେଷ୍ଟ କରାଯିବ। ଏଭଳି ପରିସ୍ଥିତି ରେ ଯେପରି ଅଧିକ ଲୋକଙ୍କ ଟେଷ୍ଟ୍ କରାଯାଇ ଜୀବନ ସୁରକ୍ଷିତ କରାଯିବ ଏଥିପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା କରିବାକୁ ଦାବି ହେଉଛି

related posts

Leave a Comment