Home Breaking News / ତାଜା ଖବର ସୁନାବେଡ଼ା ଠାରେ ନୂତନ କୋଭିଡ ମେଡିକାଲ ଉଦଘାଟିତ

ସୁନାବେଡ଼ା ଠାରେ ନୂତନ କୋଭିଡ ମେଡିକାଲ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡ଼ା(ଦୀପକ କୁମାର ମାଝୀ): କରୋନା ର କରାଳ ରୂପ ଏବେ ଜାରି ରହିଛି, ଦିନ କୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି, କୋରାପୁଟ ଜିଲ୍ଲାରେ ଏବେ ପ୍ରାୟ କେତେ ଦିନ ଧରି 100 ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।ଏହାକୁ ଆଖି ଆଗରେ ରଖି ଆଜି ସୁନାବେଡା ଠାରେ ଏକ କୋବିଡ଼ ଚିକିତ୍ସାଳୟ ଖୋଲା ଯାଇଛି..ସ୍ଥାନୀୟ ଅଞ୍ଚଳରେ ଯେମିତି କରନା ରୋଗୀ ଉନ୍ନତ ଚିକିତ୍ସା ସେବା ପାଇବେ ସେହି ଲକ୍ଷ୍ୟ ରେ HAL ତରଫରୁ ଏହି ଚିକିତ୍ସାଳୟ ଖୋଲା ଯାଇଛି। ଏହି ଚିକିତ୍ସାଳୟରେ 40 ଟି ସାଧାରଣ Bed ଓ 9ଟି ICU BED ର ବ୍ୟବସ୍ଥା ଅଛି। ଏହି ଚିକିତ୍ସାଳୟ ଉଦଘାଟନ ବେଳେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପାଡାଲ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ମକ୍ରନ୍ତ ବେହୁରିଆ, ହାଲ୍ କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀ ଜିତେନ୍ଦ୍ର ମୋହନ ସାହୁ, ହାଲ୍ DGM-(HR )ଶ୍ରୀ କେ ଅଶୋକନ୍,,, ହାଲ୍ ଚିଫ ଅଫ୍ ମେଡିକାଲ୍ ଶ୍ରୀମତୀ ଅନିତା ଜୈନ,, ହାଲ୍ ଆଇ ଆର ଡେପୁଟି ଶ୍ରୀ ରାହୁଲ କୁମାର,, ହାଲ୍ ସିକ୍ୟୁରିଟି ମୁଖ୍ୟ ଶ୍ରୀ ଶିବ ଶଙ୍କର ଭି ମାର୍ଲି,ସୁନାବେଡା Municipality councillor ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

related posts

Leave a Comment