Home Breaking News / ତାଜା ଖବର ଖନ୍ଦା ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟଜୋନ ଘୋଷଣା ପାଇଁ ସରପଞ୍ଚଙ୍କ ନିବେଦନ

ଖନ୍ଦା ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟଜୋନ ଘୋଷଣା ପାଇଁ ସରପଞ୍ଚଙ୍କ ନିବେଦନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଖନ୍ଦା ଗାଁ ରେ କରୋନା ମହାମାରୀ ରେ ସଂକ୍ରମଣ ହେଇ ୪୩ ଜଣ ପଜେଟିଭି ବାହାରି ଥିବାରୁ ଘାଗରାମୁଣ୍ଡା ପଞ୍ଚାୟତ ସରପଞ୍ଚ ସୁଜାତା ସିଂହ ବ୍ଲକ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ମାଇକ୍ରୋ କଣ୍ଟେନମେଣ୍ଟ ଯୁନ ଘୋଷଣା କରାଯିବା ପାଇଁ କାରଣ ଜନସାଧାରଣ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ।ଏ ସମ୍ପର୍କରେ ସରପଞ୍ଚ ସୁଜାତା ସିଂହ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଖନ୍ଦା ଗାଁ ରେ ଅଧିକ କରୋନା ରେ ସଂକ୍ରମିତ ହେଇଥିବାରୁ ଏହି ଗାଁ କୁ ଅନ୍ୟ ଲୋକମାନେ ଆସିଲେ ଅଧିକ ସଂକ୍ରମଣ ହେବା ଆଶଙ୍କାରେ ଗାଁ କୁ ମାଇକ୍ରୋ କଣ୍ଟେନମେଣ୍ଟ ଯୁନ ଘୋଷଣା ନିହାତି ଜରୁରୀ ।ସରପଞ୍ଚ ଓ ବ୍ଲକ ପ୍ରଶାସନ ତରଫରୁ ଗାଁ ରେ ମାଇକ ଦ୍ୱାରା ପଚାର କରି ଲୋକ ମାନଙ୍କୁ ସଚେତନତା କରାଯାଉଅଛି ।ଗାଁର ଅନ୍ୟ ମାନଙ୍କ ସିମଟନ ଅଛି କି ନାହିଁ ସେହି ସମ୍ପର୍କରେ କଙ୍କଡାହାଡ଼ ସିଡିପିଓ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ବିଭାଗୀୟ ଅଧିକାରୀନି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୨ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ।ଏ ସମ୍ପର୍କରେ ବିପିଏମ ଲିଙ୍ଗରାଜ ମହାପାତ୍ର ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆସନ୍ତାକାଲି ମେଡ଼ିକାଲ ଟିମ ଯାଇ ତଦାରଖ କରି କୋଭିଡ ଡାକ୍ତରଖାନା କୁ ନେବାର ବ୍ୟବସ୍ଥା କରାଯିବ ।ଘାଗରାମୁଣ୍ଡା ସରପଞ୍ଚ ଗ୍ରାମ ବାସୀଙ୍କୁ ନିବେଦନ କରିଛନ୍ତି ସମସ୍ତେ ନିଜ ଘରେ ହୋମ କ୍ୱରାଇଣ୍ଟଇନ ରେ ରହିବାକୁ କହିଛନ୍ତି ।

related posts

Leave a Comment