Home Breaking News / ତାଜା ଖବର କାବୁଲ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

କାବୁଲ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ମୃତକମାନଙ୍କ ମଧ୍ୟରେ କିଛି ଯୁବ ବିଦ୍ୟାର୍ଥୀ ମଧ୍ୟ ସାମିଲ ରହିଛନ୍ତି । ଆଫଗାନ ସରକାରଙ୍କ ଜଣେ ମୁଖପାତ୍ର ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ତାଲିବାନ ନାଗରିକମାନଙ୍କୁ ଟାର୍ଗେଟ କରାଯାଇଥିବା ନେଇ ତୀବ୍ର ନିନ୍ଦା କରିଛି । ଏଥି ସହିତ କହିଛି ଯେ, ବୋମା ବିସ୍ଫୋରଣରେ ତାଲିବାନର କୌଣସି ସଂପୃକ୍ତି ନାହିଁ । ଆଭ୍ୟନ୍ତରୀଣ ମାମଲାର ମୁଖପାତ୍ର ତାରିକ ଆରିୟାନ କହିଛନ୍ତି ଯେ, ଶିୟା ବହୁଳ ଦସ୍ତ-ଏ-ବାରଚୀ ଅଂଚଳରେ ସୟଦ ଅଲ-ଶହଦା ସ୍କୁଲ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ନିଆଯାଇଥିଲା । ଅଧିକାରୀମାନେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶା ପ୍ରକଟ କରିଛନ୍ତି । ଏହି ଅଂଚଳର ଲୋକେ କହିଛନ୍ତି ଯେ, ବିସ୍ଫୋରଣ ଭୟଙ୍କର ଥିଲା । ନସୀର ରହିମୀ ନାଁରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ୩ଟି ଭିନ୍ନ ଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା ।

related posts

Leave a Comment